Indus Valley Times

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, କାଲି ସୁଦ୍ଧା ଲଘୁଚାପ: ଆଇଏମ୍‌ଡି

 Breaking News

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, କାଲି ସୁଦ୍ଧା ଲଘୁଚାପ: ଆଇଏମ୍‌ଡି

August 01
19:58 2024

ଭୁବନେଶ୍ୱର,୧/୮:ଆଜି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଉତ୍ତର ଓଡ଼ିଶା ଓ ଉତ୍ତର ବଙ୍ଗୋପସାଗରରେ ଘନିଭୂତ ହୋଇ ଶୁକ୍ରବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ବର୍ଷା ହୋଇଛି। ଆଗାମୀ ଦୁଇ ଦିନ ପର‌୍ୟ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାରେ ବର୍ଷା ହେବ। ଆଉ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅର୍ଥାତ ଆସନ୍ତା ୨ ଓ ୩ ତାରିଖରେ ବର୍ଷା ହେବ। ଏ ନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।
ବର୍ଷା ଯୋଗୁ ବନ୍ୟା ହେବାର ସମ୍ଭାବନା ଅଛି କି ପ୍ରଶ୍ନରେ ଶ୍ରୀ ମହାପାତ୍ର କହିଛନ୍ତି, ବନ୍ୟା ବହୁ ଫ୍ୟାକ୍ଟର ଉପରେ ନିର୍ଭର କରିଥାଏ। ଏହା କେବଳ ବର୍ଷା ଯୋଗୁ ହୋଇଥାଏ, ତାହା ଠିକ୍ ନୁହେଁ।
ହଁ, ଏଇଟା ସତ ଯେ ୨୦ ସେଣ୍ଟିମିଟର ପର‌୍ୟ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ଦେଖିବାକୁ ଉତ୍ତର ଓଡ଼ିଶାରେ ବେଶୀ ବର୍ଷା ହୋଇନାହିଁ। ସେଠାରେ ବେଶୀ ବର୍ଷା ହେଲେ ବନ୍ୟା ସୃଷ୍ଟି ହେବାର ସମ୍ଭାବନା କମ୍ ରହିଛି ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନିଭୂତ ହୋଇ ଧୀରେ ଧୀରେ ପଶ୍ଚିମ-ଉତ୍ତର ଦିଗରେ ଗତି କରିବ। ସେହି ସମୟରେ ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ ଓ ଝାରଖଣ୍ଡରେ ବର୍ଷା ହେବାର ସମ୍ଭାବନା
ରହିଛି। ବିଶେଷ କରି ପୂର୍ବ ମଧ୍ୟପ୍ରଦେଶ ଓ ଝାରଖଣ୍ଡରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31