Indus Valley Times

ବଜେଟ୍ ୨୦୨୨: ମୋଟ୍ ବୟବରାଦ ୨ଲକ୍ଷ କୋଟି ଟଙ୍କା

 Breaking News

ବଜେଟ୍ ୨୦୨୨: ମୋଟ୍ ବୟବରାଦ ୨ଲକ୍ଷ କୋଟି ଟଙ୍କା

ବଜେଟ୍ ୨୦୨୨: ମୋଟ୍ ବୟବରାଦ ୨ଲକ୍ଷ କୋଟି ଟଙ୍କା
July 02
20:26 2022

ଭୁବନେଶ୍ୱର,୨/୭:ରାଜ୍ୟ ସରକାର ଶନିବାର ଦିନ ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ବାରା ଚଳିତ ବର୍ଷର ବଜେଟ୍ ଉପସ୍ଥାପିତ ହୋଇଛି। ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ହୋଇଥିବା ବେଳେ କାର୍ଯ୍ୟକ୍ଷମ ବ୍ୟୟବରାଦ ୧ଲକ୍ଷ କୋଟି ଟଙ୍କା ରହିଛି । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପ୍ରଶାସନିକ ରାଜସ୍ୱ ବୟ ବାବଦକୁ ମୋଟ ୭୪ହଜାର ୨ଶହ ୬୧ କୋଟି ଟଙ୍କା ପ୍ରସ୍ତାବ ରହିଛି ।
ତେବେ ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି ବ୍ୟୟବରାଦ କରାଯାଇଛି । ସେହିଭଳି ପିଲାଙ୍କ ବ୍ୟାଗ୍, ୟୁନିଫର୍ମ ପାଇଁ ୧୯୩ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଧାର୍ମିକ ପୀଠର ବିକାଶ ପାଇଁ ୧୯୫୦ କୋଟି ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । ସେପଟେ ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟିର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି ।
ଏହାସହ ବିଜୁ ସେତୁ ଯୋଜନାରେ ୨୮୧ ସେତୁ ନିର୍ମାଣ ହେବ । ଏଥିପାଇଁ ଖର୍ଚ୍ଚ ହେବ ୧୬୮୮ କୋଟି ଟଙ୍କା ବୋଲି ସ୍ଥିର ହୋଇଛି । ଦୁର୍ଗମ ବିଚ୍ଛିନ୍ନ ଗାଁ ଗୁଡ଼ିକୁ ରାସ୍ତା ସଂଯୋଗ ପାଇଁ ୧୫୦ କୋଟି ଖର୍ଚ୍ଚ କରାଯିବାକୁ ଯୋଜନା କରାଯାଇଥିବା ବେଳେ ୪ ଏୟାରପୋର୍ଟ ଜମି ଅଧିଗ୍ରହଣ ଓ ନବୀକରଣ ପାଇଁ ୩୨୫ କୋଟି ବ୍ୟୟବରାଦ କରାଯାଇଛି । ଏହି ୪ ଏୟାରପୋର୍ଟ ହେଲା ରାଉରକେଲା, ଜୟପୁର, ଉତକେଲା,ଝାରସୁଗୁଡ଼ା ।
ସେହିଭଳି ଇ-ଯାନ ପ୍ରୋତ୍ସାହନ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ବିଜୁ ପକ୍କା ଘର ଯୋଜନା ପାଇଁ ୫ ହଜାର ୯ଶହ ୬ କୋଟି ବ୍ୟୟବରାଦ କରାଯାଇଛି । ମିଶନ ଶକ୍ତି ପାଇଁ ୨ ହଜାର କୋଟି ଟଙ୍କାର ବ୍ୟୟବରାଦ, ମିଶନ ଶକ୍ତି ଯୋଜନାରେ ଏସଏଚ୍‌ଜିଙ୍କୁ ଅର୍ଥ ସହାୟତା ପାଇଁ ୭୭୩ କୋଟି ଦିଆଯିବ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ୧୭୬ କୋଟି ଦିଆଯିବାକୁ ସ୍ଥିର କରାଯାଇଥିବା ବେଳେ ମନରେଗା ପାଇଁ ୨୦୦୧ କୋଟି, ମନରେଗା କର୍ପସ ପାଣ୍ଠି ପାଇଁ ୧ ହଜାର କୋଟି ବ୍ୟୟବରାଦ କରାଯାଇଛି । ବୃଦ୍ଧ, ବିଧବା, ଭିନ୍ନକ୍ଷମଙ୍କୁ ଭତ୍ତା ପାଇଁ ୨୦୧୭ କୋଟି ବ୍ୟୟ ବରାଦ କରାଯାଇଛି ।
ତେବେ କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ କରାଯାଇଛି । ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ କରାଯାଇଥିବା ବେଳେ କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି ।
ସେହିଭଳି ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଯୋଜନା ଆରମ୍ଭ କରାଯାଇଛି । ଏଥିରେ ୧୨ ହଜାର ୫୦୦ ନଳକୂପ ଖନନ ହେବ । ଏଥିପାଇଁ ବ୍ୟୟବରାଦ ୪୦୦ କୋଟି କରାଯାଇଛି । ସେହିଭଳି ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ପାର୍ବତୀ ଗିରି ଯୋଜନା ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦ ହଜାର ୭୫୯ କୋଟି । ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ କରାଯାଇଛି ।
ସେପଟେ ଜନସ୍ୱାସ୍ଥ୍ୟ ପାଇଁ ୧୨ ହଜାର ୬୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨୬୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିଭଳି ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୭ ହଜାର ୩୨୪ କୋଟି ବ୍ୟୟବରାଦ କରାଯାଇଛି । ମୋ ସ୍କୁଲ ପାଇଁ ୬୪୬ କୋଟି, ସ୍କୁଲ ରୂପାନ୍ତରୀକରଣ ପାଇଁ ୧୦୦ କୋଟି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031