Indus Valley Times

ବଡ଼ ଭାଇ ପେଟରେ କାଚ ବୋତଲ ପୁରାଇ ଦେଲା ସାନ ଭାଇ, ଡାକ୍ତରଖାନାରେ ମୃତ

 Breaking News

ବଡ଼ ଭାଇ ପେଟରେ କାଚ ବୋତଲ ପୁରାଇ ଦେଲା ସାନ ଭାଇ, ଡାକ୍ତରଖାନାରେ ମୃତ

ବଡ଼ ଭାଇ ପେଟରେ କାଚ ବୋତଲ ପୁରାଇ ଦେଲା ସାନ ଭାଇ, ଡାକ୍ତରଖାନାରେ ମୃତ
December 09
15:39 2022

ବାଲିପାଟଣା,୯/୧୨: ବାଲିପାଟଣା ଥାନା ମୁକୁନ୍ଦଦାସପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ପରିବାରରେ ଗଣ୍ଡଗୋଳ ବେଳେ ବଡ଼ଭାଇ ଜଗନ୍ନାଥ ଭୋଇ ଓରଫ ଜଗୁ ପେଟରେ ସାନଭାଇ ମଦ ବୋତଲ କାଚ ଭୁସି ଦେବାରୁ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ବାଲିପାଟଣା ଥାନା ପୁଲିସ ସାନଭାଇ ରାଜାକୁ ହେପାଜତକୁ ନେଇଛ।
ସୂଚନା ଅନୁସାରେ, ମୁକୁନ୍ଦଦାସପୁର ବାଲିସାହି ଗ୍ରାମର ଜଗୁ ଭୋଇ ଅନେକ ସମୟରେ ନିଶାସକ୍ତ ରହି ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିଲା। ଘରେ ସର୍ବଦା ଝଗଡ଼ା କରି ସମ୍ପର୍କୀୟମାନଙ୍କୁ ଅତିଷ୍ଠ କରି ଦେଇଥିଲା।
ଗତକାଲି ବିଳମ୍ବିତ ରାତିରେ ଜଗୁ ନିଶା ଖାଇ ଘରକୁ ଫେରିଥିଲା। ପରିବାର ଲୋକଙ୍କ ସହ କୌଣସି କାରଣକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସାନଭାଇ ରାଜା ବଡ଼ଭାଇ ଜଗୁ ପେଟରେ ବିଅର ବୋତଲ ଭାଙ୍ଗି ଭୁସି ଦେଇଥିଲା। ଫଳରେ ତାର ପେଟରୁ ଅନ୍ତବୁଜୁଳା ପଦାକୁ ବାହାରି ଆସିଥିଲା।
ଘଟଣାସ୍ଥଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା ଏହାପରେ ଗୁରୁତର ଅବସ୍ଥାରେ ଜଗୁକୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା।
ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଜଗୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ପାଇ ବାଲିପାଟଣା ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ବାଲିପାଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031