Indus Valley Times

ବଢ଼େଇଭୋଳ ଗାଁରେ ଡ଼କାୟତି, ଝରକା ତାଡ଼ି ନେଇଗଲେ ୧୭ ଲକ୍ଷର ସୁନାଗହଣା ସହ ନଗଦ ୫ ଲକ୍ଷ

 Breaking News

ବଢ଼େଇଭୋଳ ଗାଁରେ ଡ଼କାୟତି, ଝରକା ତାଡ଼ି ନେଇଗଲେ ୧୭ ଲକ୍ଷର ସୁନାଗହଣା ସହ ନଗଦ ୫ ଲକ୍ଷ

ବଢ଼େଇଭୋଳ ଗାଁରେ ଡ଼କାୟତି, ଝରକା ତାଡ଼ି ନେଇଗଲେ ୧୭ ଲକ୍ଷର ସୁନାଗହଣା ସହ ନଗଦ ୫ ଲକ୍ଷ
August 14
10:16 2023

ମୟୂରଭଞ୍ଜ,୧୪/୮ : ଘରେ କେହି ନଥିଲେ। ଏହା ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇଦେଲେ ଡକାୟତ। ଟଙ୍କା ଓ ସୁନାକୁ ମିଶାଇ୧୭ ଲକ୍ଷ ଟଙ୍କା ଚୋରି ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବଢ଼େଇଭୋଳ ବଜାର ଅଞ୍ଚଳରେ।
ଚଢେଇଭୋଳ ବଜାର ଅଞ୍ଚଳରେ ଜଣେ ବ୍ୟକ୍ତି ଗତକାଲି ନିଜ ପରିବାର ସହ କୌଣସି କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ଚୋରମାନେ ଦିନ ଦ୍ୱିପହରେ ତାଙ୍କ ଘରେ ପଶିଥିଲେ। ପରେ ଆଲମାରି ଭାଙ୍ଗି ସୁନା ଅଳଙ୍କାର ଓ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଟଙ୍କା ଓ ସୁନା ମିଶାଇ ପ୍ରାୟ ୧୭ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।
ପରିବାର ଲୋକେ ରାତିରେ ଘରକୁ ଫେରି ଜିନିଷ ପତ୍ର ଏପଟସେପଟ ହୋଇ ପଡ଼ିଥିବା ଦେଖିଥିଲେ। ଘରେ ରଖି ଯାଇଥିବା ଟଙ୍କାସୁନା ନଥିବା ଦେଖିବାକୁ ପାଇଥିଲେ। ଏନେଇ କରଞ୍ଜିଆରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031