Indus Valley Times

ବଦଳିଲା ‘ମୋ ସ୍କୁଲ୍‌’ ଅଭିଯାନ ନାଁ, ‘ପଞ୍ଚଶଖା ଶିକ୍ଷା ସେତୁ’ ନାଁରେ ହେବ ପରିଚାଳିତ

 Breaking News

ବଦଳିଲା ‘ମୋ ସ୍କୁଲ୍‌’ ଅଭିଯାନ ନାଁ, ‘ପଞ୍ଚଶଖା ଶିକ୍ଷା ସେତୁ’ ନାଁରେ ହେବ ପରିଚାଳିତ

ବଦଳିଲା ‘ମୋ ସ୍କୁଲ୍‌’ ଅଭିଯାନ ନାଁ, ‘ପଞ୍ଚଶଖା ଶିକ୍ଷା ସେତୁ’ ନାଁରେ ହେବ ପରିଚାଳିତ
September 14
18:44 2024

ଭୁବନେଶ୍ୱର, ୧୪/୯ : ସରକାରୀ ସ୍ତରରେ ଗଣଶିକ୍ଷା ବିଭାଗର ‘ମୋ ସ୍କୁଲ’ ଅଭିଯାନ ନାଁକୁ ପରିବର୍ତ୍ତନ କରାଯାଇଛି । ମୋ ସ୍କୁଲକୁ ନାଁକୁ ବଦଳାଇ ‘ପଞ୍ଚଶଖା ଶିକ୍ଷା ସେତୁ’ ନାମରେ ନାମକରଣ କରାଯାଇଛି । ଏ ନେଇ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛନ୍ତି ।
୨୦୧୭ରୁ ପୂର୍ବତନ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ । ତେବେ ନୂତନ ସରକାର ଆସିବା ପରେ ଏହି ନାଁକୁ ପରିବର୍ତ୍ତନ କରି ପଞ୍ଚଶଖା ଶିକ୍ଷା ସେତୁ ଯୋଜନା ଆରମ୍ଭ କରିଛନ୍ତି । ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ ନାଁକୁ ବଦଳରେ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ହେବ ବୋଲି ଘୋଷଣା କରିଥିଲେ । ଏଥିା ପାଇଁ ବଜେଟରେ ୩୩୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ଏହା ଦ୍ୱାର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ କରାଯିବ ବୋଲି ସରକାର କହିଥିଲେ ।
ତେବେ ଖାଲି ମୋ ସ୍କୁଲ ନୁହେଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ନାଁ ପରିବର୍ତ୍ତନ ହୋଇ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ହୋଇଛି ।
ସେହିପରି ବିଜୁ ସେତୁର ନାଁ ବଦଳାଇ ‘ସେତୁ ବନ୍ଧନ’ ଯୋଜନା, ଲକ୍ଷ୍ମୀ ଯୋଜନାର ନାଁ ‘ଗ୍ରାମାଞ୍ଚଳ ପରିବହନ’ ଯୋଜନା, ଆମ ଓ ନବୀନ ଓ ନାଁ ବଦଳାଇ ‘ବିକଶିତ ଗାଁ ବିକଶିତ, କାଳିଆ ଯୋଜନାର ନାଁ ବଦଳାଇ ‘ସିଏମ-କିଷାନ’ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନା ପରିବର୍ତ୍ତେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31