Indus Valley Times

ବନବିଭାଗ ଢିଲା ; ବାପ ପୁଅ ରାତି ଅନିଦ୍ରା, ମୁଗୁରା ପଛ ମେଲା:ବଜାରରେ ଖୁଲମ୍ ଖୁଲା ବିକ୍ରି ହେଉଛି ଜଂଗଲୀ ମାଂସ

 Breaking News

ବନବିଭାଗ ଢିଲା ; ବାପ ପୁଅ ରାତି ଅନିଦ୍ରା, ମୁଗୁରା ପଛ ମେଲା:ବଜାରରେ ଖୁଲମ୍ ଖୁଲା ବିକ୍ରି ହେଉଛି ଜଂଗଲୀ ମାଂସ

October 28
11:27 2022

ବିଶ୍ୱ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼ ୨୮/୧୦: ଏବେ ଧାନ ବାହାରିବା ସମୟ । ଦଶପଲ୍ଲା ପଶ୍ଚିମାଞ୍ଚଳର ପାହାଡି ଅଂଚଳରେ ଥିବା ଧାନ କ୍ଷେତରେ ଏବେ ଜଂଗଲି ଜନ୍ତୁକଂ ଅବାଧ ପ୍ରବେଶ । ଏହାର ସୁଯୋଗ ନେଇ ବନ୍ୟଜନ୍ତୁ ଶିକାରୀ ଓ ମାଫିଆ ମାନେ ସକ୍ରୀୟ । ପ୍ରତିଦିନ ଶିକାରୀ କଂ ବମ୍ , ଗୁଳି, ଫାସ ଓ ଉଚ୍ଚଶକ୍ତି ସଂପର୍ଣ୍ଣ ବିଦ୍ୟୁତ ସଂଯୋଗ ଯୋଗୁଁ ଅନେକ ବନ୍ୟପ୍ରାଣୀ କଂର ମୃତ୍ୟୁ ଘଟିବା ସହିତ ଗରିବ ଚାଷୀଟି କ୍ଷତିଗ୍ରସ୍ତ ହେଉଥିବାବେଳେ , ଦଶପଲ୍ଲା ବନାଂଚଳ ର ବନ କର୍ମଚାରୀ ମାନେ କିନ୍ତୁ ବିଟ୍ ହାଉସ୍ ରେ ନ ରହି ,ଦଶପଲ୍ଲା ସହରରେ ଆରାମରେ ରହୁଛନ୍ତି ।
ଏ ବିଷୟରେ ଜଣେ ବନ କର୍ମଚାରୀ କୁଂ ପଚାରିବାରୁ , ସେ କହିଲେ ,ମୁଁ ଏକୁଟିଆ ଦଶପଲ୍ଲା ରେ ରହୁନି, ମୋ ଭଳି ବହୁ ବନ କର୍ମଚାରୀ ଦଶପଲା ରେ ରହୁଛନ୍ତି । ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ଜଣେ ବନରକ୍ଷୀଙ୍କ ବୟାନ ପରେ ଅନେକ ବନ କର୍ମଚାରୀଙ୍କ ଗୁମର ଏବେ ସାମ୍ନାକୁ ଆସିଛି । ଦଶପଲ୍ଲା ବନାଞ୍ଚଳରେ କାର୍ଯ୍ୟରତ ଅଧିକାଂଶ ବନପାଳ ଓ ବନରକ୍ଷୀ ରାତି ହେଲେ ନିଜ ନିଜ ସେକ୍ସନ କାର୍ଯ୍ୟାଳୟ ଓ ବିଟ୍ ହାଉସରେ ରହୁ ନାହାନ୍ତି ।
କିଏ ଦଶପଲ୍ଲା ସହରରେ ଘରଭଡ଼ା ନେଇ ରହୁଛି ତ ପୁଣି କିଏ ସଞ୍ଜ ନଇଁଲେ ଗାଁକୁ ଚାଲିଯାଉଛି । ଫଳରେ ରାତିରେ ପାଟ୍ରୋଲିଂ ଡ୍ୟୁଟିରେ ରହୁଥିବା ବନ୍ୟପ୍ରାଣୀ ବିଭାଗର କର୍ମଚାରୀଙ୍କୁ ଛାଡ଼ିଦେଲେ ଅଧିକାଂଶ ସେକ୍ସନ କାର୍ଯ୍ୟାଳୟ ଖାଁଖାଁ ପାଲଟୁଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ , ବନାଞ୍ଚଳ ଅଧିକାରୀଙ୍କ କଥାକୁ କିଛି କର୍ମଚାରୀ ଖାତିର କରୁନଥିବା ବେଳେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏଥିପ୍ରତି କୌଣସି ବି ତଦନ୍ତ ବା ଗୁରୁତ୍ଵ ଦେଉନାହାନ୍ତି ।
ଫଳରେ ଜିଲ୍ଲାର ସର୍ବବୃହତ୍ ଦଶପଲ୍ଲା ବନାଞ୍ଚଳରେ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସ୍ବାଭାବିକ ହୋଇପଡ଼ିଛି । ଗୋଟିଏ ପାର୍ଶ୍ଵରେ ଦେଖିବାକୁ ଗଲେ ଜଣେ ବନରକ୍ଷୀ ଦୁଇ ଦୁଇଟି ବିଟ୍ ହାଉସ ଦାୟିତ୍ବରେ ରହୁଥିବା ବେଳେ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ଦିନେ ହେଲେ ନିଜ ବିଟ୍ ହାଉସରେ ରାତିରେ ରହିନଥିବା କୁହାଯାଉଛି ।
ଯାହାକି ଏହି ବିଟ୍ ହାଉସ ଅଧୀନରେ ଅନେକ ସମୟରେ ମାଫିଆ ଓ ଶିକାରୀଙ୍କ ପ୍ରାଦୁର୍ଭାବ ରହି ଆସୁଥିବା ବେଳେ ଏହା ସେମାନଙ୍କୁ ବେଶ୍ ଖୋରାକ ଯୋଗାଉଛି । କିଛି ବନକର୍ମଚାରୀ ବଡବଡିଆ ଅଧିକାରୀଙ୍କ ଛତ୍ରଛାୟା ରେ ବଳିଆନ ହୋଇ କାହାରିକୁ ଖାତିର୍ କରୁନଥିବା କୁହାଯାଉଛି ।
ଫଳରେ ବିଭିନ୍ନ ବାହାନା ଦେଖାଇ ନିଯୁକ୍ତି ହୋଇଥିବା ବିଟ୍ ହାଉସରେ ନ ରହିବାକୁ ଜିଦ୍ରେ ଅଟଳ ଥିବା କୁହାଯାଉଛି । ଖାଲି ସେତିକି ନୁହେଁ ବିଭିନ୍ନ ବିଟ୍ ହାଉସ ଦାୟିତ୍ବରେ ଥିବା ବନରକ୍ଷୀ ଦୀର୍ଘ ବର୍ଷ ଧରି ରହି ଆସୁଥିବା ବେଳେ ତାଙ୍କର ଅନ୍ୟତ୍ର ବଦଳି ହେଉନଥିବା ଯୋଗୁଁ , ଜଂଗଲ ବିଭାଗର ଏହି ଜଂଗଲୀ ରାଜ୍ , ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031