Indus Valley Times

ବନ୍ଧୁକ ମୁନରେ ଲୁଟ୍, ବାହାରୁ ତାଲା ମାରି ଫେରାର ଲୁଟେରା

 Breaking News

ବନ୍ଧୁକ ମୁନରେ ଲୁଟ୍, ବାହାରୁ ତାଲା ମାରି ଫେରାର ଲୁଟେରା

ବନ୍ଧୁକ ମୁନରେ ଲୁଟ୍, ବାହାରୁ ତାଲା ମାରି ଫେରାର ଲୁଟେରା
May 23
10:59 2026

ଭଦ୍ରକ, ୨୨/୫ : ବନ୍ଧୁକ ମୁନରେ ଲୁଟ। ବେକରେ ମାରଣାସ୍ତ୍ର ଲଗାଇ ଘରୁ ଲୁଟିନେଲେ ୨୨ ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର।
ତେବେ ଏହି ଲୁଟ ଭଦ୍ରକ ଜିଲ୍ଲା ତଳାଙ୍ଗ କେନାଲ ବନ୍ଧ ନିକଟରେ ଘଟିଛି। ଡ଼କାୟତିରା ଶିକାର ହୋଇଛନ୍ତି ଉକ୍ତ ଅଞ୍ଚଳର ଗଙ୍ଗାଧର ମଲ୍ଲିକ।
ଥାନାରେ ଅଭିଯୋଗ କଲେ ଗଙ୍ଗାଧର। ଅଭିଯୋଗକୁ ଆଧାର କରି ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି। ତେବେ ଆଜି ସକାଳୁ ଏହି ଘଟଣା ଜଣା ପଡିବା ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି।
ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ ୧୦ ଟା ବେଳେ ହଠାତ ଗଙ୍ଗାଧରଙ୍କ ଘର କବାଟ କେହି ବାଡେଇ ଥିଲେ। ଗଙ୍ଗାଧର କବାଟ ଖୋଲିବା କ୍ଷଣି ୭ ରୁ ୮ ଜଣ ଡକାୟତ ହଟାତ ଘର ଭିତରେ ପସି ଗଙ୍ଗାଧରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ।
ସେହି ସମୟରେ ତାଙ୍କ ପୁଅ କୌଶଳ କ୍ରମେ ଦୌଡ଼ି ପଲାଇ ଯିବାକୁ ଉଦ୍ୟମ କରିବାରୁ ତାକୁ ଧରି ତା ବେକରେ ମାରଣାସ୍ତ୍ର ଲଗାଇ ଭୟଭୀତ କରାଇଥିଲେ। ଏହାପରେ ଘରେ ଥିବା ୨୨ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇ ଯାଇଛନ୍ତି ଡକାୟତ ଦଳ। ଏହାପରେ ତୁରନ୍ତ ଏ ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ଗଙ୍ଗାଧର। ଖବରପାଇ ପୋଲିସ ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031