Indus Valley Times

ବନ୍ୟା ସ୍ଥିତି ସମୀକ୍ଷା କରିବା ସହ ଲୋକମାନଙ୍କ ସମସ୍ୟା ବୁଝିଲେ ଦଶପଲ୍ଲା ବିଧାୟକ

 Breaking News

ବନ୍ୟା ସ୍ଥିତି ସମୀକ୍ଷା କରିବା ସହ ଲୋକମାନଙ୍କ ସମସ୍ୟା ବୁଝିଲେ ଦଶପଲ୍ଲା ବିଧାୟକ

August 29
22:25 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ଗଣିଆ : ମହାନଦୀ ଜଳସ୍ତର ବୃଦ୍ଧି ଯୋଗୁଁ ନୟାଗଡ  ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ  ବନ୍ୟା ଦ୍ଵାରା ଜଳମଗ୍ନ ହୋଇଥିବା   ରାସଙ୍ଗ, ଛାମୁଣ୍ଡିଆ,କିଶୋର ପ୍ରସାଦ ପଞ୍ଚାୟତ ର ବିଭିନ୍ନ ଗ୍ରାମ  ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପରିଦର୍ଶନ କରିଥିଲେ।ବନ୍ୟା ପ୍ରଭାବିତ ଗ୍ରାମ ଗୁଡ଼ିକ  ପରିଦର୍ଶନ କରିବା ସହିତ ବନ୍ୟା ସ୍ଥିତି ସମୀକ୍ଷା କରିଥିଲେ। ଏପରିକି ବନ୍ୟା ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବା  ଲୋକମାନଙ୍କ  ବିଭିନ୍ନ ସମସ୍ୟା  ବୁଝିଥିଲେ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା। ବିଧାୟକ ଙ୍କ ତତ୍ତ୍ଵାବଧାନରେ  ରେ ବ୍ଲକ୍ ବିଡ଼ିଓ,ତହସିଲଦାର,ଅଧ୍ୟକ୍ଷ,ଉପାଧ୍ୟକ୍ଷ ଙ୍କ ପ୍ରତିନିଧି,ସାଂସଦ ଙ୍କ ପ୍ରତିନିଧି ,ସରପଞ୍ଚ ,ସମିତିସଭ୍ୟ ,ଇରିଗେସନ୍ ବିଭାଗର ଅଧିକାରୀ ମାନଙ୍କ ଉପସ୍ଥିତିରେ  ବନ୍ୟା ସ୍ଥିତି ର ସମୀକ୍ଷା ପାଇଁ ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବନ୍ୟା ପ୍ରଭାବିତ ଗ୍ରାମର କୌଣସି ପରିବାର ଯେପରି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଧାୟକ ଶ୍ରୀ ବେହେରା ଉପସ୍ଥିତ ଅଧିକାରୀଙ୍କୁ  ପରାମର୍ଶ ଦେଇଥିଲେ।ପଥୁରିଆ ଠାରୁ ମଣିଭଦ୍ରା ପର୍ଯ୍ୟନ୍ତ ଏକ ମାଳ ବନ୍ଧ  ଯାହାକି ୨୦୦୮ / ୦୯ ମସିହାରୁ ଅସମ୍ପୂର୍ଣ୍ଣ ହୋଇ ରହିଛି ତାହା ଶୀଘ୍ର କାର୍ଯ୍ୟକ୍ଷମ କରି ସମ୍ପୂର୍ଣ୍ଣ କରିବା ପାଇଁ ଇରିଗେଶନ ବିଭାଗୀୟ ଅଧିକାରୀ ଙ୍କୁ ବିଧାୟକ କହିଥିଲେ।ମହାନଦୀ ଜଳସ୍ତର ବୃଦ୍ଧି ଯୋଗୁଁ ଯେପରି କୌଣସି ଲୋକ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ୱ  ଦେବାକୁ ଉପସ୍ଥିତ ଅଧିକାରୀ ଙ୍କୁ ବିଧାୟକ ଶ୍ରୀ ବେହେରା କହିଥିଲେ।ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଏଭଳି କାର୍ଯ୍ୟ ପାଇଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର କୋଣ ଅନୁକୋଣରେ ପ୍ରଶଂସା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031