Indus Valley Times

ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା: ମୁଖ୍ୟମନ୍ତ୍ରୀ

 Breaking News

ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା: ମୁଖ୍ୟମନ୍ତ୍ରୀ

ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା: ମୁଖ୍ୟମନ୍ତ୍ରୀ
February 19
17:02 2023

ପଦ୍ମପୁର,୧୯/୨: ପୁଣି ଲୋକଙ୍କୁ ଦେଖାଇଲେ ସ୍ୱପ୍ନ। କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରି ପ୍ରତିକ୍ରିୟା ବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ହେବ। ଆଜି ପଦ୍ମପୁର ଗସ୍ତ ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦିନ ଧରି ପଦ୍ମପୁର ଜିଲ୍ଲା ମାନ୍ୟତା ନେଇ ଦାବି ରହିଛିା ଏନେଇ ସରକାର କାର‌୍ୟ୍ୟ କରୁଛନ୍ତି, ଆଗାମୀ ବର୍ଷେ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ଭାବେ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଖାଲି ଏତିକି ନୁହେଁ ଏହି ଅବସରରେ ନାଁ ନନେଇ କେନ୍ଦ୍ରମନ୍ତ୍ରୀମାନଙ୍କୁ କଡ଼ା ଭାଷାରେ କଟାକ୍ଷ କରିଛନ୍ତି ନବୀନ। ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀମାନେ ଗସ୍ତ କରିଥିଲେ। ରେଲୱେ ପ୍ରକଳ୍ପ ଓ କେନ୍ଦୁପତ୍ର ସବସିଡିକୁ ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲୋ ପ୍ରଭୁ ନୃସିଂହନାଥଙ୍କୁ ପ୍ରାର୍ଥନା କରୁଛି, ସେସବୁ ପ୍ରତିଶ୍ରୁତି କେନ୍ଦ୍ରମନ୍ତ୍ରୀମାନଙ୍କୁ ମନେ ପକାଇ ଦିଅନ୍ତୁ ବୋଲି ଦୋହରାଇଛନ୍ତି ନବୀନ।
ଆଜି ଝାରବନ୍ଧ ପରେ ପାଇକମାଲ ଓ ପଦ୍ମପୁର ଯାଉଛନ୍ତି ମୁଖ୍ୟମନ୍ତ୍ରୀା ଉପନିର୍ବାଚନ ସରିବାର ଅଢ଼େଇ ମାସ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ।
ସୂଚନା ଥାଉକି, ଉପନିର୍ବାଚନ ବେଳେ ରେଳୱେ ପ୍ରକଳ୍ପ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦୁପତ୍ର ସବସିଡି ପ୍ରସଙ୍ଗ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା।
ଅପରପକ୍ଷେ, ନବୀନଙ୍କ ଅଭିଯୋଗ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ରାଜ୍ୟ ସରକାରଙ୍କ ଉପରେ ପାଲଟା ଅଭିଯୋଗ କରିଛନ୍ତିା ସେ କହିଛନ୍ତି, ନବୀନ ବାବୁ ଆଗ ପଦ୍ମପୁରକୁ ଚିହ୍ନନ୍ତୁ। ସମସ୍ୟାକୁ ବୁଝନ୍ତୁ। ରେଳ ପ୍ରକଳ୍ପ ପାଇଁ ଜମି ଏବେ ଯାଏଁ ରାଜ୍ୟ ସରକାର ଦେଲେନି। ପଦ୍ମପୁରରେ ଚାଷୀ ଆବଶ୍ୟକ କରୁଥିବା ଜଳସେଚନ ବ୍ୟବସ୍ଥା ମିଳିପାରୁନି। ମୁଖ୍ୟମନ୍ତ୍ରୀ ଏଠାରେ ସୌଜନ୍ୟତା ଭୁଲିଗଲେ। ଲୋକପ୍ରତିନିଧିଙ୍କୁ ବି ଡାକିଲେନି। ଜିଲ୍ଲା ଘୋଷଣା ପାଇଁ ବର୍ଷେ ସମୟ ନେବାର ଆବଶ୍ୟକତା କ’ଣ ଥିଲା? ପଦ୍ମପୁର ବିକାଶ ପାଇଁ ରେଳ ଲାଇନ ନିହାତି ଦରକାର। ଯଦି ବିକାଶ ଚାହୁଁଛନ୍ତି ଜମି ଅଧିଗ୍ରହଣ କରି କେନ୍ଦ୍ରକୁ ଜଣାନ୍ତୁ। ରାଜ୍ୟ ସରକାର ପ୍ରସ୍ତାବକ ହୁଅନ୍ତୁ। ମୁଁ କେନ୍ଦ୍ରରୁ ମଞ୍ଜୁର କରାଇବି ବୋଲି କହି ଶ୍ରୀ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତିା

 

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30