Indus Valley Times

ବଲାଙ୍ଗୀର : ସଙ୍କଟରେ ଗଜରାଜ୍

 Breaking News

ବଲାଙ୍ଗୀର : ସଙ୍କଟରେ ଗଜରାଜ୍

October 08
22:24 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୮/୧୦ : ବଲାଙ୍ଗୀର ଟିଟିଲାଗଡ଼ ରାସ୍ତା ମଠାଖାଇ ପାଖରେ ଥିବା ଅସୁର ଦୁଙ୍ଗୁରି ଜଙ୍ଗଲ ଭିତରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି।ହାତୀ ର ଗୋଟିଏ ଦାନ୍ତ ଗାୟବ୍ ଅଛି।ହାତୀ ମୃତ୍ୟୁ ର କାରଣ ଅସ୍ପଷ୍ଟ।ଶବ ବ୍ୟବଚ୍ଛେଦ ପରେ ଜଣା ପଡ଼ିବ ହାତୀ ମୃତ୍ୟୁ ର ରହସ୍ୟ।ହାତୀ ଦାନ୍ତ ତସ୍କରି ପାଇଁ ହତ୍ୟା କରାଯାଇଥିବା ସନ୍ଦେହ।
ବଲାଙ୍ଗୀର ରେଞ୍ଜ ଅନ୍ତର୍ଗତ ମଠାଖାଇ ନିକଟ ଅସୁର ଦୁଙ୍ଗୁରି ଜଙ୍ଗଲ ମଧ୍ୟରୁ ଗୋଟିଏ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି।ଆକଳନ କରାଯାଉଛି ଦୁଇ ଦିନ ହେବ ହାତୀ ଟି ମରିଥିବା ବେଳେ ବନ ବିଭାଗ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳ କୁ ପହଞ୍ଚିଥିଲେ।ହାତୀର ଗୋଟିଏ ଦାନ୍ତ ଗାୟବ ହୋଇଛି।
ତେବେ ହାତୀ କିଭଳି ମରିଛି ନା ଦାନ୍ତ ପାଇଁ କିଏ ମାରି ଦେଇଛି,କାରଣ ଅସ୍ପଷ୍ଟ।ଦନ୍ତା ହାତୀର ଦାନ୍ତ କୁ ଟାଙ୍ଗିଆ ରେ କାଟି ନିଆ ଯାଇଥିବା ବନ ବିଭାଗ ର ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି।ତେବେ ହାତୀ ଟିକୁ ଦାନ୍ତ ପାଇଁ ଶିକାରୀ ହତ୍ୟା କରିଛି ନା ମୃତ୍ୟୁ ପରେ ଦାନ୍ତ କଟା ଯାଇଛି, କାରଣ ଅସ୍ପଷ୍ଟ।
ବଲାଙ୍ଗୀର ବନ ବିଭାଗ ର ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ତାଙ୍କ ସାଙ୍ଗରେ ଶବ ବ୍ୟବଚ୍ଛେଦ ପାଇଁ ପଶୁ ଡାକ୍ତର ମଧ୍ୟ ପହଂଚିଛନ୍ତି।ବନ ବିଭାଗ ସୂଚନା ଅନୁଯାୟୀ,ସୁବର୍ଣ୍ଣପୁର ଜିଲ୍ଲା ପଟରୁ ହାତୀ ପଲ ବଲାଙ୍ଗୀର ଜିଲ୍ଲାକୁ ଦେଓଗାଁ,ଉପରଝର ଦେଇ ମଠଖାଇ ଜଙ୍ଗଲ କୁ ପ୍ରବେଶ କରିଥିଲେ ।ହାତୀ ର ଯାତାୟାତ ଉପରେ ବନ ବିଭାଗ ନଜର ରଖିଥିଲା।ଯଦି ବଲାଙ୍ଗୀର ବନ ବିଭାଗ ର ତୀକ୍ଷ୍ଣ ନଜର ରେ ହାତୀ ଟି ଥିଲା ତେବେ ତାକୁ କିଏ ମାରିଲା।
ବନ ବିଭାଗର ଟାସ୍କ ଫୋର୍ସ ଉପସ୍ଥିତି ରେ ହାତୀ ର ଶବ ବ୍ୟବଚ୍ଛେଦ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।ସନ୍ଦେହ ରେ ୨/୩ ଜଣକୁ ଅଟକ ରଖାଯାଇ ତଦନ୍ତ ଚାଲିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031