Indus Valley Times

ବଲିଉଡ୍ ଫିଲ୍ମ ଓ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନୁପ ଶ୍ୟାମଙ୍କ ପରଲୋକ

 Breaking News

ବଲିଉଡ୍ ଫିଲ୍ମ ଓ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନୁପ ଶ୍ୟାମଙ୍କ ପରଲୋକ

ବଲିଉଡ୍ ଫିଲ୍ମ ଓ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନୁପ ଶ୍ୟାମଙ୍କ ପରଲୋକ
August 09
10:12 2021

ମୁମ୍ବାଇ, ୯/୮ : ବଲିଉଡ ଫିଲ୍ମ ଓ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ ଘଟିଛି । ମାତ୍ର ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କର କିଡନିଜନିତ ସମସ୍ୟା ଥିଲା ।
ଆଜି ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିବାର କିଛି ସମୟରେ ତାଙ୍କର ମୃତ୍ୟୁ ହୋଇଛି। ‘ପ୍ରତିଜ୍ଞା’ ଧାରାବାହିକରେ ଠାକୁର ସଜ୍ଜନ ସିଂହ ଚରିତ୍ରକୁ ନେଇ ସେ ବେଶ୍ ଲୋକପ୍ରିୟ ହୋଇଥିଲେ ।
ଅନୁପମଙ୍କ ସ୍ୱାସ୍ଥ୍ୟ ମଝିରେ ଠିକ୍ ହୋଇଯିବା ପରେ ନିୟମିତ ଭାବେ ଡାଏଲିସିସ୍ କରାଯାଉଥିଲା । ଚଳିତ ବର୍ଷ ‘ପ୍ରତିଜ୍ଞା’ର ସିଜିନ୍-୨ର ସୁଟିଂ କରୁଥିଲେ ଅନୁପମ। ସୁଟିଂ ଚାଲିଥିବା ବେଳେ ସପ୍ତାହକୁ ୩ ଥର ତାଙ୍କୁ ଡାଏଲିସିସ୍ ପାଇଁ ହସ୍ପିଟାଲକୁ ନିଆଯାଉଥିଲା ।
ଅନୁପମ ଶ୍ୟାମ୍ ସ୍ଲୁମଡୋଗ୍ ମିଲିଅନାୟାର, ବଣ୍ଡିଟ୍ କୁଇନ, ଦସ୍ତକ, ଦୁସ୍ମନ, ସତ୍ୟା, ଦିଲ୍ ସେ, ଲଗାନ, ନାୟକ ଆଦି ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ଧାରାବାହିକ ‘ପ୍ରତିଜ୍ଞା’ ତାଙ୍କୁ ଦେଶର ଘରେ ଘରେ ପରିଚିତ କରାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031