Indus Valley Times

ବସ୍ କର୍ମଚାରୀ ଭୁଲିଗଲେ ମାନବିକତା, ମୃତ୍ୟୁ ପରେ ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ

 Breaking News

ବସ୍ କର୍ମଚାରୀ ଭୁଲିଗଲେ ମାନବିକତା, ମୃତ୍ୟୁ ପରେ ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ

February 03
11:47 2023

ଗଞ୍ଜାମ,୩/୨: ହଜିଗଲା ମାନବିକତା। ବସ୍ରେ ଯାଉଥିବା ମହିଳା ଅସୁସ୍ଥ ହେବାରୁ ରାସ୍ତାରେ ଓହ୍ଲାଇ ଦେଇ ପଳାଇଲେ ବସ୍ କର୍ମଚାରୀ। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଯୋଗ ହୋଇଛି। ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ।
ଗଞ୍ଜାମ ଜିଲ୍ଲା ପାଟପୁର ବ୍ଲକ ଗୌତମି ପଞ୍ଚାୟତର ପଦ୍ମତୋଳା ଗାଁର ସୁଜିତ ସ୍ୱାଇଁ। ନିଜର ମାଆ ରୁନୁଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କର ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ନେଇଥିଲେ। ସେଠାରେ ଡାକ୍ତର ଦେଖାଇ ଗତକାଲି ଏକ ଘରୋଇ ବସ୍ରେ ନିଜ ଘରକୁ ଫେରୁଥିଲେ। ଘରକୁ ଫେରିବା ବାଟରେ ମା’ର ଦେହ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ସେ ନେଇ ସୁଜିତ ଚିନ୍ତିତ ହୋଇ ପଡ଼ିଥିଲେ। କ’ଣ କରିବେ ସେ ବ୍ୟଥିତ ହୋଇ ପଡ଼ିଥିଲେ। ବସ୍ ଡ୍ରାଇଭରକୁ ପାଖ ମେଡିକାଲକୁ ନେଇ ଯିବାକୁ ସୁଜିତ କହିଥିଲେ।
ହେଲେ ବସ୍ ଡ୍ରାଇଭର ସୁଜିତର କଥାକୁ ଶୁଣି ନଥିଲେ। ସାହାଯ୍ୟ କରିବା ପରିବର୍ତ୍ତେ ଅଧାବାଟରେ ମା’ପୁଅଙ୍କୁ ଓହ୍ଲାଇ ଦେଇ ପଳାଇଥିଲା। ବସ୍ରୁ ଓହ୍ଲାଇବା ପରେ ଅସୁସ୍ଥ ମା’ର ମୃତ୍ୟୁ ଘଟିଥିଲା। ମା’ର ମୃତଦେହ ପାଖରେ ପୁଅ କାନ୍ଦୁଥିବା ଦେଖି ଲୋକଙ୍କ ଭିଡ ଜମିଥିଲା। ସ୍ଥାନୀୟ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଆମ୍ବୁଲାନ୍ସ ସହାୟତାରେ ମୃତ ମା’ ଓ ପୁଅକୁ ଗାଁକୁ ପଠାଇ ଦିଆଯାଇଥିଲା। ବସ୍ ଡ୍ରାଇଭରର ଏପରି କାମକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031