Indus Valley Times

ବସ୍ ଚଳାଚଳ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘର ଚେତାବନୀ

 Breaking News

ବସ୍ ଚଳାଚଳ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘର ଚେତାବନୀ

ବସ୍ ଚଳାଚଳ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘର ଚେତାବନୀ
March 16
17:09 2023

ଭୁୁବନେଶ୍ୱର,୧୬/୩: ରାଜ୍ୟର କୁହାଳିଆ ପୁଲିସ୍ର ପାରିବା ପଣିଆ ପଦାରେ ପଡ଼ିଲା। ଡ୍ରାଇଭର ଆନ୍ଦୋଳନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଣି ଫୋଟକା ପରି ମିଳେଇ ଯାଇଛି। ବସ୍ କର୍ମଚାରୀଙ୍କୁ ସୁରକ୍ଷା ଦେଇପାରିଲା ନାହିଁ ପୁଲିସ୍। ଯେଉଁଥିପାଇଁ ବସ୍ କର୍ମଚାରୀମାନେ ଅପମାନିତ ହେଲେ।
ମାଡ଼ ଖାଇଲେ। ଯାତ୍ରୀଙ୍କୁ ରାସ୍ତାରେ ଛାଡ଼ି ଫେରିବା ପାଇଁ ବାଧ୍ୟ ହେଲେ। ଆଜି ସଧ୍ୟା ସୁଦ୍ଧା ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କ୍ଲିଅର ନହେଲେ ଆସନ୍ତା କାଲିଠାରୁ ବସ୍ ଚଳାଚଳ ବନ୍ଦ କରିବୁ।
ସକାଳ ୧୦ରୁ ୧୧ଟା ପର‌୍ୟ୍ୟନ୍ତ ରାସ୍ତାରେ ଗାଡ଼ି ଛିଡ଼ା କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିବାଦ କରିବୁ। ଏନେଇ ଚେତାବନୀ ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ।
ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ବୁଧବାର ଦିନ ଓ ରାତି ତମାମ ବସ୍ କର୍ମଚାରୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଏହାକୁ ନେଇ ଆଜି ଘରୋଇ ବସ୍ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ପୁଲିସ୍ର ଅପାରଗତାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା।
ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ବୈଠକରୁ ବାହାରିଥିବା ନିଷ୍କର୍ସ ନେଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆନ୍ଦୋଳନ ଯୋଗୁ ଡ୍ରାଇଭରମାନେ ସବୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଟ୍ରକ୍ ଛିଡ଼ା କରିଦେଇଛନ୍ତି। ଯେଉଁଥିପାଇଁ ରାସ୍ତା ପୂରା ଜାମ୍ ହୋଇଯାଇଛି।
ଆଉ ଗାଡ଼ି ଯିବା ପାଇଁ ରାସ୍ତା ନାହିଁ। ଆଜି ସନ୍ଧ୍ୟା ସୁଦ୍ଧା ରାସ୍ତା କ୍ଲିୟର ନହେଲେ ଆସନ୍ତାକାଲିଠାରୁ ବସ୍ ଚଳାଚଳ ବନ୍ଦ କରିବା ପାଇଁ ବାଧ୍ୟ ହେବୁ। ସକାଳ ୧୦ରୁ ୧୧ଟା ପର‌୍ୟ୍ୟନ୍ତ ରାସ୍ତାରେ ବସ୍ ଛିଡ଼ା କରି ପ୍ରତିବାଦ କରିବୁ। ଏହା ପରେ ଯଦି ରାଜ୍ୟ ସରକାର ଆମ ଅଭିଯୋଗ ନଶୁଣନ୍ତି, ତାହା ହେଲେ ଅନିର୍ଦ୍ଦିଷ୍ଟ କାଳ ପର‌୍ୟ୍ୟନ୍ତ ରାସ୍ତାରେ ଗାଡ଼ି ଛିଡ଼ା କରି ଆନ୍ଦୋଳନ କରିବୁ ବୋଲି ଶ୍ରୀ ସାହୁ କହିଛନ୍ତି।
ସେ ଆହୁରି କହିଛନ୍ତି, ଡ୍ରାଇଭର ସଂଘର ଆନ୍ଦୋଳନ ବେଳେ ପୁଲିସ୍ ପ୍ରଶାସନ ସହଯୋଗ କରିବ ବୋଲି ଭାବିଥିଲୁ। ସେଥିପାଇଁ ଗାଡ଼ି ଚଳାଇଥିଲୁ। ହେଲେ ପୁଲିସ୍ ସହଯୋଗ କଲା ନାହିଁ। ପୁଲିସ ଉପସ୍ଥିତିରେ ଡ୍ରାଇଭରମାନେ ଗାଡ଼ି ଅଟକାଉଛନ୍ତି। ବସ୍ କର୍ମଚାରୀଙ୍କୁ ମାଡ଼ ମାରୁଛନ୍ତି।
ବୁଧବାର ତିର୍ତ୍ତୋଲ ପାଖରେ ବସ୍ କର୍ମଚାରୀଙ୍କୁ ମାଡ଼ ମାରି ବିଦା କରିଦେଲେ। କଟକ-ପୁରୀ ରାସ୍ତାରେ ଗାଡ଼ି ଛାଡ଼ିଲେ ନାହିଁ। ଟମାଣ୍ଡୋ ପାଖରେ ଆନ୍ଧ୍ରପ୍ରଦେଶରୁ ମାଛ ଓ ପରିବା ଧରି ଆସିଥିବା ଟ୍ରକ୍କୁ ଅଟକାଇ ଦେଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031