Indus Valley Times

ବାଂଲାଦେଶରେ ସ୍ଥଳ ଭାଗ ଛୁଇଁଲା ବାତ୍ୟା ସିତ୍ରଙ୍ଗ: ୭ ମୃତ

 Breaking News

ବାଂଲାଦେଶରେ ସ୍ଥଳ ଭାଗ ଛୁଇଁଲା ବାତ୍ୟା ସିତ୍ରଙ୍ଗ: ୭ ମୃତ

October 25
09:11 2022

ଭୁବନେଶ୍ୱର,୨୫/୧୦: ଦୁର୍ବଳ ହେଲା ବାତ୍ୟା ସି-ତ୍ରାଙ୍ଗ । ଏହା ଆଗାମୀ ୩ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୂଦୃଶ-ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ମଧ୍ୟ ରହିଛି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ୍ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ମଙ୍ଗଳବାର ଭୋରୁ ବାଂଲାଦେଶରେ ସ୍ଥଳଭାଗ ଛୁଇଁଛି। ବାତ୍ୟା ଯୋଗୁଁ ପ୍ରବଳ ପବନ ବର୍ଷାରେ ବାଂଲାଦେଶରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କିଛି ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି।
ଗତକାଲି ରାତି ୯.୩୦ରୁ ୧୧.୩୦ମଧ୍ୟରେ ବାଂଲାଦେଶର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା ସିତ୍ରାଙ୍ଗ । ଏବେ ରାଜ୍ୟରେ ପାଗ ଶୁଖିଲା ରହିଛି । କାଁ ଭାଁ କିଛି ସ୍ଥାନରେ କୋହଲା ପାଗ ଥିବାବେଳେ ଅନେକ ସ୍ଥାନରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031