Indus Valley Times

ବାଇକ୍ ଦୁର୍ଘଟଣାରେ କନ୍ଧମାଳ ସାଂସଦ ପ୍ରତିନିଧିଙ୍କ ମୃତ୍ୟୁ

 Breaking News

ବାଇକ୍ ଦୁର୍ଘଟଣାରେ କନ୍ଧମାଳ ସାଂସଦ ପ୍ରତିନିଧିଙ୍କ ମୃତ୍ୟୁ

ବାଇକ୍ ଦୁର୍ଘଟଣାରେ କନ୍ଧମାଳ ସାଂସଦ ପ୍ରତିନିଧିଙ୍କ ମୃତ୍ୟୁ
May 13
19:49 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୩/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା କାମ୍ବାଏଜୁ ଛକରେ ମୋଟର ସାଇକେଲ ଦୁର୍ଘଟଣାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି କ୍ଷେତ୍ରୀବଳ ନାୟକଙ୍କ ମୃତ୍ୟୁ ଘଟିଛି କ୍ଷ
ସୂଚନା ପ୍ରକାରେ ଗତକାଲି ରାତିରେ କ୍ଷେତ୍ରୀବଳ ନାୟକ ନିଜ ଘର ପାଙ୍ଗାଲି ଗ୍ରାମକୁ ନିଜର ମୋଟରସାଇକେଲ ଯୋଗେ ଫେରୁଥିବା ସମୟରେ ପ୍ଲିହେରି ଗ୍ରାମ ନିକଟ କାମ୍ବାଏଜୁ ଛକରେ ଏକ ଛେଳିକୁ ଧକ୍କା ଦେଇ ଦୁର୍ଘଟଣା ହୋଇଥିଲା । ଫଳରେ କ୍ଷେତ୍ରୀବଳ ରାସ୍ତା ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ ।
ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନା ନିଆଯାଇଥିଲା ଏବଂ ଚିକିତ୍ସା ଚାଲିଥିବା ବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି କ୍ଷ
ତାଙ୍କ ବିୟୋଗରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି କ୍ଷ କ୍ଷେତ୍ରୀବଳଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031