Indus Valley Times

ବାଜିଲା ବିଗୁଲ୍ : ଫେବୃଆରୀ ୧୬ରୁ ପଞ୍ଚାୟତ ଭୋଟ, ୫ ପର୍ଯ୍ୟାୟରେ ନିର୍ବାଚନ

 Breaking News

ବାଜିଲା ବିଗୁଲ୍ : ଫେବୃଆରୀ ୧୬ରୁ ପଞ୍ଚାୟତ ଭୋଟ, ୫ ପର୍ଯ୍ୟାୟରେ ନିର୍ବାଚନ

ବାଜିଲା ବିଗୁଲ୍ : ଫେବୃଆରୀ ୧୬ରୁ ପଞ୍ଚାୟତ ଭୋଟ, ୫ ପର୍ଯ୍ୟାୟରେ ନିର୍ବାଚନ
January 11
12:18 2022

ଭୁବନେଶ୍ୱର,୧୧/୧ : ବାଜିଲା ବହୁ ପ୍ରତିକ୍ଷିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ। ଘୋଷଣା ହେଲା ତାରିଖ । ଫେବୃୟାରୀ୧୬ରୁ ପଡ଼ିବ ଭୋଟ। ଫେବୃୟାରୀ ୧୬, ୧୮, ୨୦ ,୨୨ ଓ ୨୪ରେ ନିଜ ନେତା ବାଛିବେ ଭୋଟର ।
ଏନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ। ଏହାପରେ ଆଜିଠୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି।
ରାଜ୍ୟ ନିର୍ବାଚନ କମିଶନର ଦେଇଥିବା ସୂଚନା ଅନୁଯାୟୀ, ଏଥର ସକାଳ ୭ରୁ ଦିନ ୧ଟା ପର‌୍ୟ୍ୟନ୍ତ ମତଦାନ ହେବ । ସବୁ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଫେବୃୟାରୀ ୨୬,୨୭ ଓ ୨୮ ତାରିଖରେ ହେବ ଭୋଟ୍ ଗଣତି। ଜିଲ୍ଲା ପରିଷଦ ଓ୍ୱାରି ଗଣତି କରାଯିବ ।
୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏଥର ୫ଟି ପର୍ଯ୍ୟାୟରେ ହେବ । ପ୍ରତି ପର‌୍ୟ୍ୟାୟ ଦିନକ ଲେଖାଏ ବ୍ୟବଧାନରେ ହେବ । ଚଳିତ ନିର୍ବାଚନରେ ଭୋଟ୍ ଦେବେ ୨ କୋଟି ୭୯ ଲକ୍ଷ ଭୋଟର୍। ମୋଟ୍ ଓ୍ୱାର୍ଡ ସଂଖ୍ୟା ୯୧,୯୧୩ ଥିବା ବେଳେ ୬୭୯୪ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପାଇଁ ନିର୍ବାଚନ ହେବ । ୮୫୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ମଧ୍ୟ ପଡ଼ିବ ଭୋଟ। ।
ଆହୁରି ପଢ଼ନ୍ତୁ
ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ନିଜ ସଂପତ୍ତି ତାଲିକା, ଅପରାଧ ମାମଲାର ବିବରଣୀ ଦେବେ । ଶିକ୍ଷାଗତ ଯୋଗ୍ୟତା ସତ୍ୟପାଠ ଜରିଆରେ ଦାଖଲ କରିବେ । ଓ୍ୱାର୍ଡମେମ୍ବର ପ୍ରାର୍ଥୀ ସେଲ୍ଫ ଡିକ୍ଲାରେସନ୍ ଜରିଆରେ ଏସବୁ ତଥ୍ୟ ଦେବେ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାର୍ଥୀ ଜାତିଗତ ସାର୍ଟିଫିକେଟ୍ ଦେବେ । ଏଥିରେ କୌଣସି ପ୍ରାର୍ଥୀଙ୍କ ସତ୍ୟପାଠ ମିଥ୍ୟା ପ୍ରମାଣିତ ହେଲେ ତା’ଙ୍କୁ ଦଣ୍ଡିତ କରାଯିବ।
କୋଭିଡ କଟକଣାକୁ ନଜରରେ ରଖି ରୋଡ, ଶୋ’, ସାଇକେଲ, ଯାତ୍ରା, ବାଇକେଲ ରାଲି, ସଭାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ସମାବେଶକୁ ନିଷିଦ୍ଧ କରାଯାଇଛି। ଡିଜିଟାଲ, ଭର୍ଚୁଆଲ ମିଡିଆରେ ପ୍ରଚାର କରିବାକୁ କୁହାଯାଇଛି।
ସର୍ବାଧିକ ୫ ଜଣଙ୍କୁ ନେଇ ଡୋର ଟୁ ଡୋର ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଥିରେ ଉଲ୍ଲଘଂନ କଲେ ଦଣ୍ଡିତ ହେବେ। ଉଭୟ ଡୋଜ କୋଭିଡ ଟିକା ନେଇଥିବା ତଥା ଆରଟିପିସିଆର ରିପୋର୍ଟ ବ୍ୟକ୍ତି ହିଁ ଭୋଟ ଗଣତି କେନ୍ଦ୍ରକୁ ପ୍ରବେଶ କରିପାରିବେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031