Indus Valley Times

ବାଡିରୁ ଆମ୍ବ ଖାଇଦେଲେ ଛୋଟ ପିଲା, ନିସ୍ତୁକ ପିଟିଲେ ମାଲିକ

 Breaking News

ବାଡିରୁ ଆମ୍ବ ଖାଇଦେଲେ ଛୋଟ ପିଲା, ନିସ୍ତୁକ ପିଟିଲେ ମାଲିକ

ବାଡିରୁ ଆମ୍ବ ଖାଇଦେଲେ ଛୋଟ ପିଲା, ନିସ୍ତୁକ ପିଟିଲେ ମାଲିକ
April 14
11:45 2023

ଭଦ୍ରକ,୧୪/୪: ବାଡ଼ିରେ ପେନ୍ଥା ପେନ୍ଥା ହୋଇ ଆମ୍ବ ଓହଳିଥିବା ଦେଖି ନାବାଳକଙ୍କ ଲୋଭ ସମ୍ଭାଳି ନଥିଲା। ଗଛରୁ ଆମ୍ବ ତୋଳିବା ପାଇଁ ଜଣଙ୍କ ବାଡ଼ିକୁ ପଶି ଯାଇଥିଲେ। ପିଲାମାନେ ଆମ୍ବ ତୋଳିବା ସମୟରେ ମାଲିଙ୍କ ହାବୁଡ଼ରେ ପଡ଼ିଯାଇଥିଲେ।
ପିଲାଙ୍କୁ ଆମ୍ବ ତୋଳୁଥିବା ମାଲିକ ରାଗି ଲାଲ ହୋଇଯାଇଥିଲେ। ସେମାନଙ୍କୁ ଗାଳିଗୁଲଜ କରିବା ସହ ଏକ ବାଡ଼ି ଆଣି ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ଜଳଙ୍ଗା ମାର୍କେଟ ସାହି ଅଞ୍ଚଳରେ। ୫ ଜଣ ପିଲାଙ୍କୁ ଡାକ୍ତରଖାରେ ଭର୍ତ୍ତି କରାଯାଇଥିଲା।
ସୂଚନା ଅନୁଯାୟୀ, ଗତକାଲି ମାର୍କେଟ ସାହି ଅଞ୍ଚଳର ୫ଜଣ ନାବାଳକ ଗାଁର ଜନୈକ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଆମ୍ବ ଗଛରୁ ଆମ୍ବ ଖାଇବା ପାଇଁ ଯାଇଥିଲେ। କିନ୍ତୁ ଆମ୍ବ ତୋଳିବା ବେଳେ ଗଛ ମାଲିକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ପରେ ମାଲିକ ୫ ଜଣ ପିଲାଙ୍କୁ ଏକ ବାଡ଼ିରେ ନିସ୍ତୁକ ପିଟିଥିଲେ। ଏପରି ପିଟିଥିଲେ ପିଲାଙ୍କ ପିଠିରେ ଦାଗ ବସିଯିବା ସହ କେତେକ ପିଲାଙ୍କ ପିଠି ଫାଟି ଯାଇଥିଲା।
ପିଲାମାନେ ଘରକୁ ଫେରି ଏନେଇ ପରିବାର ଲୋକଙ୍କୁ ଜଣାଇ ନଥିଲେ। ରାତିରେ ପିଲାମାନଙ୍କୁ ଜ୍ୱର ହେବା ସହ ପିଲାମାନଙ୍କ ପିଠିରେ ଦାଗ ଦେଖି ପରିବାର ଲୋକେ ଘଟଣା ସମ୍ପର୍କରେ ପଚାରିଥିଲେ। ପିଲାମାନେ ବାପାମା’ଙ୍କ ପାଖରେ ସବୁ କଥା କହିଥିଲେ। ଏନେଇ ଅଭିଭାବକମାନେ ଭଦ୍ରକ ଗ୍ରାମାଞ୍ଚଳରେ ଥାନାରେ ଅଭିଯୋଗ କରିଥିଲେ। ଏହାସହ ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ଏହି ଘଟଣାର ଜୈନିକ ବ୍ୟକ୍ତିଙ୍କୁ ଡାକି ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031