Indus Valley Times

ବାଣ ନେଲା ୪ ଜୀବନ, ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି

 Breaking News

ବାଣ ନେଲା ୪ ଜୀବନ, ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି

March 06
14:31 2023

ଖୋର୍ଦ୍ଧା,୬/୩: ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ଆଜି ଏପରି ଅଘଟଣ ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗାଁରେ। ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତମାନଙ୍କ ପରିଚୟ ମିଳିନାହିଁ।
ଦୋଳ ପୂର୍ଣ୍ଣିମା ପାଇଁ ଭୂଷଣ୍ଡପୁର ଗାଁର ଏକ ଘରେ ବାଣ ପ୍ରସ୍ତୁତି ହେଉଥିଲା। ଆଜି ସକାଳେ ହଠାତ୍ ସେହି ଘରେ ବାଣ ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିଲା। ନିଆଁ ଚାରିଆଡ଼େ ବ୍ୟାପିଯିବା ସହ ଘର ଭିତରେ ଥିବା ବାଣ ଗୁଡ଼ିକ ଫୁଟି ଥିଲା। ଫଳରେ ସେହି ଘରେ ଥିବା ୮ଜଣ ବ୍ୟକ୍ତି ବାହାରକୁ ବାହାରି ପାରିନଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ ଆସି ଉଦ୍ଧାର କାର‌୍ୟ୍ୟ କରିଥିଲେ। ହେଲେ ସେତେବେଳକୁ ୪ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଆଉ ୪ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘରର ଛପର ପୂରା ଉଡ଼ି ଯାଇଛି।
ବାଣ ପ୍ରସ୍ତୁତି ବେଳେ ଘରେ କେଉଁ କାରଣରୁ ବିସ୍ଫୋରଣ ହେଲା, ତାହା ଜଣାପଡ଼ି। ବାଣ ପ୍ରସ୍ତୁତ ବେଳେ ଅସାବଧାନ ଯୋଗୁ ଏହି ଅଘଟଣ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଏଠାରେ ବାଣ ତିଆରି କରିବା ପାଇଁ ପ୍ରଶାସନର ଅନୁମତି ନଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।
ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ଭୂଷଣ୍ଡପୁର ଗାଁରେ ବିନା ଅନୁମତିରେ ବାଣ ତିଆରି କରାଯାଉଥିଲା। ବାଣ ପାଇଁ କେଉଁଠୁ କଞ୍ଚାମାଲ ଆସୁଥିଲା ତାହାର ତଦନ୍ତ କରାଯିବ।
ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ୨୮ ତାରିଖରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଇଚ୍ଛାପୁରରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିଦିନ ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଗତକାଲି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ବାଣ କାରଖାନାର ମାଲିକଙ୍କ ମୃତ୍ୟୁ ଘଟିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031