ବାତ୍ସଲ୍ୟ ମମତାର ନିଆରା ଦୃଶ୍ୟ : ଛେଳିଛୁଆକୁ କ୍ଷୀର ଦେଉଛି ବୁଲା କୁକୁର
![ବାତ୍ସଲ୍ୟ ମମତାର ନିଆରା ଦୃଶ୍ୟ : ଛେଳିଛୁଆକୁ କ୍ଷୀର ଦେଉଛି ବୁଲା କୁକୁର](http://indusvalleytimes.com/news/wp-content/uploads/2021/11/333-680x365_c.jpg)
ବାଲିଗୁଡା, ୧୭/୧୧ : ସ୍ନେହ ମମତାର କୌଣସି ବାଛ ବିଚାର ନଥାଏ । ଯେଉଁଠି ସ୍ନେହ ଟିକକ ମିଳିଯାଏ ସେଇଠି ଯୋଡିହୋଇଯାଏ ସମ୍ପର୍କ । ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗାଁରେ ।
ପଞ୍ଚାୟତ ଛକ ନିକଟରେ ରହୁଥିବା ବନସିଂ ପାତ୍ର ପାଳିଛନ୍ତି ଅନେକ ଛେଳି । ହେଲେ ସକାଳୁ ୫୯ନମ୍ବର ଜାତୀୟ ରାଜପଥ ଉପରେ ବନସିଂଙ୍କ ଦୁଇ ଛେଳି ଛୁଆ ଏକ ବୁଲା କୁକୁର ଠାରୁ କ୍ଷୀର ପିଉଥିବା ଦୃଶ୍ୟ ଅନେକଙ୍କୁ ଦୃଷ୍ଟି ଆକର୍ଷଣ କରିଛି କୁକୁର ମଧ୍ୟ ନିର୍ବିକାର ଭାବେ ଚୁପଚାପ ନିଜ ଛୁଆକୁ କ୍ଷୀର ଦେବାଭଳି ଚୂପଚାପ ଛିଡା ହୋଇ କ୍ଷୀର ଖାଇବାକୁ ଦେଇଥିଲା ।
ଘଟଣା ଦେଖିବା ପରେ ସ୍ଥାନୀୟ ଲୋକଙ୍କ ବେଶ୍ ଚର୍ଚ୍ଚା ହୋଇଛି । ସ୍ଥାନୀୟ ଲୋକେ ଓ ଛେଳି ମାଲିକ କହିଛନ୍ତି ଯେ ଏହା ନିତିଦିନିଆ ଘଟଣା ପ୍ରତ୍ୟେକ ଦିନ ଏହି ବୁଲା କୁକୁର ଛେଳି ଛୁଆ ପାଖକୁ ଆସି ଦୁଇଓଳା କ୍ଷୀର ଦିଏ ।
ଛେଳି ଛୁଆ ମଧ୍ୟ ନିଜ ମାଆ ଭଳି ଆଗ୍ରହର ସହିତ ସ୍ତନ୍ୟ ପାନ କରେ କ୍ଷ ବାତ୍ସଲ୍ୟ ମମତାର ଏହି ବିରଳ ଦୃଶ୍ୟ ଏଵେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି କ୍ଷ