Indus Valley Times

ବାପ ଛେଉଣ୍ଡ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବେ ବିଦୁବେନ୍ଦୁ ପାତ୍ର

 Breaking News

ବାପ ଛେଉଣ୍ଡ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବେ ବିଦୁବେନ୍ଦୁ ପାତ୍ର

January 24
20:34 2024

ସୁଦାମ ପାତ୍ରଙ୍କ ରିପୋର୍ଟ
ଉଦୟପୁର,୨୪/୧ : (ଇମିସି)ଭୋଗରାଇ ବ୍ଲକ ମନ୍ଦାର ସାହି ଗ୍ରାମପଞ୍ଚାୟତ ଅଧୀନ ମନ୍ଦାର ସାହି ପାଟଣା ଗ୍ରାମରେ ସ୍ୱର୍ଗତ ନାରାୟଣ ଦାସ ଏବଂ ଲକ୍ଷ୍ମୀକାନ୍ତ ଦାସଙ୍କ ଘରେ ପହଞ୍ଚି ବାପ ଛେଉଣ୍ଡ ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଶିଷ୍ଟ ଶିକ୍ଷାବିତ୍ ଇଞ୍ଜିନିୟର ବିଦୁବେନ୍ଦୁ ପାତ୍ର ।
ସୂଚନାରୁ ପ୍ରକାଶ ଯେ ଆଜି ସନ୍ଧ୍ୟାରେ ଶ୍ରୀଯୁକ୍ତ ପାତ୍ର ସ୍ୱର୍ଗତ ଦାସଙ୍କ ଘରେ ପହଞ୍ଚି ଥିଲେ । ତାଙ୍କ ସହିତ ବିଜେଡି ନେତା ପୂର୍ଣ୍ଣ ଚନ୍ଦ୍ର ଗାୟନ, ପରେଶ ଗିରି, ସରପଞ୍ଚ ଙ୍କ ପ୍ରତିନିଧି ବଂଶୀଧର ସାହୁ, ଶଙ୍କର ଜେନା ,ସାମ୍ବାଦିକ ହରିପଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଦାସ ପରିବାର ସହିତ ଭାବର ଆଦାନ ପ୍ରଦାନ କରିବା ସହିତ ଦୁଇ ଭାଇଙ୍କ ଦୁଇ ପୁଅଙ୍କ ହାତରେ ବାପାଙ୍କ ଅନ୍ତେଷ୍ଟିକ୍ରୀୟା ପାଇଁ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ । ପ୍ରକାଶ ଥାଉ ଏହିକିଯେ ଶ୍ରୀଯୁକ୍ତ ପାତ୍ର ଦୀର୍ଘ ବର୍ଷ ଧରି ଭୋଗରାଇର ବନ୍ୟା , ବାତ୍ୟା, କରୋନା ଭଳି ମହାମାରୀ ସହିତ ମକାବିଲା କରି ଲୋକଙ୍କ ସେବା ଯୋଗାଇ ଆସିଛନ୍ତି । ତାଙ୍କ ବାଲେଶ୍ୱର ସ୍ଥିତ ଇଞ୍ଜିନିୟରିଂ କଲେଜରେ ମାଗଣାରେ ମଧ୍ୟ ବହୁ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି । ଭୋଗରାଇ ମା ର ସେବା ପ୍ରତି ସେ ସମର୍ପିତ । ବର୍ତ୍ତମାନ ସେ ଓଡ଼଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ।
ବିଜେଡିରୁ ଆସନ୍ତା ନିର୍ବାଚନରେ ଟିକେଟ ମିଳିଲେ ସେ ଲଢ଼ିବା ପାଇଁ ବେଶ୍ ତତ୍ପର । ଗତ ୧୨ ତାରିଖ ଦିନ ଅଟୋ ଓ ଡମ୍ପର ଧକାରେ ସ୍ୱର୍ଗତ ନାରାୟଣ ଦାସ ଏବଂ ଲକ୍ଷ୍ମୀକାନ୍ତ ଦାସଙ୍କ ପରଲୋକ ହୋଇ ଥିବାବେଳେ ଆଉ ୪ ଜଣ ଏବେବି କଟକରେ ଚିକିତ୍ସିତ ହେଉଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031