Indus Valley Times

ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍

 Breaking News

ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍

ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍
November 25
09:39 2021

ବାରିପଦା,୨୫/୧୧: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଥିବା ସୂଚନା ମିଳିଛି । ଭୁବନେଶ୍ବର ଭିଜିଲାନ୍ସ ଟିମ୍ ନେତୃତ୍ବରେ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ଉ କରାଯାଇଛି ।
ବାରିପଦା ଆଇ.ଟି.ଡି.ଏ. କାର୍ଯ୍ୟାଳୟ , ଭଞ୍ଜପୁରସ୍ଥିତ ଘର, ବାଲିଆପାଳର ଭୋଗରାଇ ସ୍ଥିତ ପୈତୃକ ଘର ସହିତ ଭୁବନେଶ୍ବର ଓ ଉତ୍ତରା ଆଦି ସ୍ଥାନରେ ଥିବା ସମ୍ପତ୍ତି ଉପରେ ଚଢଉ କରିଛି ଭିଜିଲାନ୍ସ ।
ତେବେ ଦୀର୍ଘ ଆଠ ବର୍ଷ ଧରି ଯନ୍ତ୍ରୀ ଗୋଟିଏ କାର୍ଯ୍ୟାଳୟରେ ଚାକିରୀ କରୁଥିବା ବେଳେ ବହୁ ଦୁର୍ନୀତିରେ ସଂପୃକ୍ତ ଥିବା ନେଇ ପୂର୍ବରୁ ଖବର ମଧ୍ୟ ପ୍ରକାଶ ହୋଇଥିଲା।
ଠିକାଦାରଙ୍କ ଜାଲ ଦସ୍ତଖତ ନେଇ ଅନେକ ସମୟରେ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ଆସିଥିଲା। ଏହା ସହିତ ଜିଏସଟି ଠକେଇ ମାମଲାରେ ତଦନ୍ତ ଚାଲୁରହିଥିବାର ନଜିର ମଧ୍ୟ ରହିଛି। ଉତ୍ତରାଞ୍ଚଳ ଭିଜିଲାନ୍ସ ଆରକ୍ଷୀ ଅଧିକାରୀ ନିଜେ ଉପସ୍ଥିତ ରହି ତଦନ୍ତ କରୁଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031