Legatus

ବାଲିଗୁଡ଼ା ଆଇଟିଡିଏରେ ନୂତନ ପ୍ରକଳ୍ପ ପ୍ରଶାସକଙ୍କ ଯୋଗଦାନ

 Breaking News

ବାଲିଗୁଡ଼ା ଆଇଟିଡିଏରେ ନୂତନ ପ୍ରକଳ୍ପ ପ୍ରଶାସକଙ୍କ ଯୋଗଦାନ

January 02
19:24 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨/୧: କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ର ନୂଆ ପ୍ରକଳ୍ପ ପ୍ରଶାସକ ଭାବେ ଗଦାଧର ପାତ୍ର ନୂତନ ବର୍ଷ ବୁଧବାରରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ପ୍ରକାରେ ଏହି ନିଯୁକ୍ତି ପାଇଛନ୍ତି।
ପ୍ରକାଶ ଯେ, ଗଦାଧର ପାତ୍ର ଏହା ପୂର୍ବରୁ ଉକ୍ତ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକରେ ୨୦୨୧ ନଭେମ୍ବର ୨ରେ ବିଡିଓ ଭାବେ କାର୍ଯ୍ୟରେ ଯୋଗଦେଇଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୨୫ରେ ସେ ସେଠାରୁ ବଦଳି ହୋଇ ନିଜ ବିଭାଗକୁ ଫେରିଥିଲେ। ଦାରିଙ୍ଗବାଡ଼ି ବ୍ଲକରେ ବିଡିଓ ଭାବେ ୩ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ୨୦୨୩/୨୦୨୪ ଜାନୁଆରୀରେ ଶୀତ ମହୋତ୍ସବ କରି ଚର୍ଚ୍ଚାରେ ରହିଥିଲେ।
ସେହିପରି ଦାରିଙ୍ଗବାଡି ବ୍ଲକ ଦୁର୍ଗମ ଅଞ୍ଚଳରେ ସ୍ମାର୍ଟ ସ୍କୁଲର ରୂପାନ୍ତର କାର୍ଯ୍ୟକୁ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ହାତୀମୁଣ୍ଡା ପଞ୍ଚାୟତ ଋଷିମାଳ ପାହାଡ଼ ଚଢ଼ି ସେଠାରେ ପହଞ୍ଚିବା ସହ ତୀର୍ଥକ୍ଷେତ୍ର ରୁଦ୍ଧିମାଳର ବିକାଶ ପାଇଁ ୭୮ ଲକ୍ଷ ଅନୁଦାନରେ କାର୍ଯ୍ୟ କରଇବା, ଡୁଲୁରୀ ପାଇନବଣ ସମେତ ହିଲଭିୟୁ ପାର୍କ, ପାଟାବାନ୍ଧା ଜଳପ୍ରପାତର ରୂପାନ୍ତର କାର୍ଯ୍ୟ କରେଇବା ଦିଗରେ ସେ ଅନେକ ପ୍ରୟାସ କରିଥିଲେ।
ଏବେ ସେ ପ୍ରକଳ୍ପ ପ୍ରଶାସକ ଭାବେ ନିଯୁକ୍ତି ପାଇବା ପରେ କୁଟିଆ କନ୍ଧଙ୍କ ବିକାଶ ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ଜନଜାତିଙ୍କ ଜୀବନ ଜୀବିକା ସ୍ବାବଲମ୍ବୀ କରାଇବା ଦିଗରେ ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।
ସେ ବାଲିଗୁଡ଼ା ଆଇଟିଡିଏରେ ଯୋଗ ଦେବା ପୂର୍ବରୁ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ସାକ୍ଷାତ କରି କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି।
ସେ ଆହୁରି କହିଛନ୍ତି, ଦାରିଙ୍ଗବାଡ଼ି କଫି ବଗିଚାରୁ କଫି ସଂଗ୍ରହ ଓ ପ୍ରସ୍ତୁତି କାର୍ଯ୍ୟ ସମେତ ଦାରିଙ୍ଗବାଡ଼ି ହିଲ୍‌ଭିୟୁ ପାର୍କ ପରିସର ମଧ୍ୟରେ ରହିଥିବା ଜନଜାତି ସଂଗ୍ରହାଳୟର ବିକାଶ ପାଇଁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।
ଘର କାନ୍ଥ ପଡ଼ି ଶ୍ରମିକଙ୍କ ମୃତ୍ୟୁ
ବାଲିଗୁଡ଼ା, ୨/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ତୁମୁଡ଼ିବନ୍ଧର ରାମପୁର ଛକରେ ଘର କାନ୍ଥ ପଡ଼ି କିରିକୁଟି ଗ୍ରାମର ଶ୍ରମିକ ମାନେଶ୍ୱର ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ସୂଚନା ପ୍ରକାରେ ରାମପୁର ଛକରେ ରହୁଥିବା ଅଖିଳ ଦାସଙ୍କ ପୁରୁଣା ଘର ଭାଙ୍ଗୁଥିବା ବେଳେ ଶ୍ରମିକଙ୍କ ଉପରେ କାନ୍ଥ ପଡିଯିବାରୁ ମାନେଶ୍ୱର କାନ୍ଥ ତଳେ ଚାପି ହୋଇ ରହିଥିଲେ ।
ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମାନେଶ୍ୱରଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଇଥିଲେ ।
ସେଠାରେ ଡାକ୍ତର ମାନେଶ୍ୱରଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ସେପଟେ ଘଟଣା ସ୍ଥଳରେ ତୁମୁଡ଼ିବନ୍ଧ ଥାନା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ ‌କରିଛି ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930