Indus Valley Times

ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା

 Breaking News

ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା

ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା
November 14
20:39 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୧୪/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବିଦାୟ ଓ ସ୍ୱାଗତକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏସଡିପିଓ ମନୋଜ ପୂଜାରୀଙ୍କ କୋରାପୁଟ ଜିଲ୍ଲାକୁ ବଦଳି ହେବାପରେ ବାଲିଗୁଡ଼ାରେ ନୂତନ ଏସଡିପିଓ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଆଇପିଏସ ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡି ।
ଏହି ଅବସରରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଏସଡିପିଓ ମନୋଜ ପୂଜାରୀଙ୍କୁ ବିଦାୟ ଦେବାସହ ଆଇପିଏସ ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଏଥିରେ ଉପଖଣ୍ଡର ବାଲିଗୁଡ଼ା, ବ୍ରାହ୍ମଣୀଗାଁ, ଦାରିଙ୍ଗବାଡି,କ.ନୁଆଗାଁ, କୋଟଗଡ଼, ତୁମୁଡ଼ିବନ୍ଧ,ବେଲଘର ଆଦି ୭ଟି ଥାନାରେ କାର୍ଯ୍ୟରତ ସମସ୍ତ ଥାନା ଅଧିକାରୀ ଓ ଅଫିସରଙ୍କ ସମେତ ବାଲିଗୁଡାର କାର୍ଯ୍ୟରତ ବହୁ ମାନ୍ୟ ଗଣ୍ୟ ବୁଦ୍ଧିଜୀବିମାନଙ୍କ ସହ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଆଇପିଏସ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା ।
ପୂର୍ବତନ ଏସଡିପିଓ ଶ୍ରୀ ପୂଜାରୀ ଅଞ୍ଚଳବାସୀଙ୍କ ସହ ଯେଉଁଭଳି ସମନ୍ୱୟ ରକ୍ଷା କରି ଅଞ୍ଚଳରେ ଘଟୁଥିବା ଅପରାଧ ଓ ଅଞ୍ଚଳବାସୀଙ୍କୁ ସବୁ କାର୍ଯ୍ୟରେ ସହଯୋଗ କରୁଥିଲେ ସେହିଭଳି ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଆଇପିଏସ୍ ଜି.ରାଘବେନ୍ଦ୍ର ରେଡ୍ଡୀ ଅଞ୍ଚଳବାସୀଙ୍କ ହିତରେ କାର୍ଯ୍ୟ କରିବେ ବୋଲି ଆଶା ବାନ୍ଧିଛନ୍ତି ।
ସେପଟେପଟେ ଆଇପିଏସ୍ ରେଡ୍ଡୀ ମଧ୍ୟ ଅଞ୍ଚଳବାସୀଙ୍କ ନିକଟରୁ ଅନୁରୁପ ଆଶା ରଖିଥିବା କହିଛନ୍ତି । ଅନ୍ୟପଟେ ବାଲିଗୁଡ଼ା ଥାନାରେ କାର୍ଯ୍ୟରତ ମହିଳା ସବ୍ ଇନ୍ସପେକ୍ଟର ରଚିତ ମାଡକାମୀଙ୍କର ମଧ୍ୟ କୋରାପୁଟ ଜିଲ୍ଲାକୁ ବଦଳି ହୋଇଛି ।
ତାଙ୍କୁ ମଧ୍ୟ ଏହି କାର୍ଯ୍ୟାକ୍ରମରେ ବିଦାୟ ସମ୍ବର୍ଦ୍ଧନା ଦେବାସହ ଏଠାରେ କାର୍ଯ୍ୟକରୁଥିବା ସମୟରେ ଅଞ୍ଚଳବାସୀଙ୍କ ପ୍ରତି ରଚୟିତାଙ୍କ ସହାନୁଭୂତି ଓ କାର୍ଯ୍ୟଶୈଳୀକୁ ନେଇ ବେଶ୍ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ ଓ ସହକର୍ମୀ । ବାଲିଗୁଡ଼ା ଥାନା ଅଧିକାରୀ ଏହି କାର୍ଯ୍ୟକ୍ରମର ସମସ୍ତ ଆୟୋଜନ କରିଥିବା ବେଳେ ବାଲିଗୁଡ଼ା ଥାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031