Indus Valley Times

ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

 Breaking News

ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ
January 05
22:45 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୫/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଏବଂ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମୁଦାୟ ୪୧୯ ଗୋଟି ବୁଥ ଅଧିନସ୍ତ ସମସ୍ତ ମତଦାତାଙ୍କ ଚୂଡାନ୍ତ ଭୋଟର ତାଲିକା ସ୍ଥାନୀୟ ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀମତୀ ମଧୁମିତା ଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରକାଶିତ ହୋଇଛି ।
ପ୍ରକାଶନ ପରେ ଏହି ତାଲିକାର ନକଲ ଗୁଡିକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଏବଂ ଭୋଟ ଗ୍ରହଣ କେନ୍ଦ୍ର (ବୁଥ) ମାନଙ୍କରେ ମତଦାତାଙ୍କ ଅବଗତି ନିମନ୍ତେ ଉପଲବ୍ଧ ହେବ ।
ଏହି କାର୍ଯ୍ୟକ୍ରମରେ ସହାୟକ ଜିଲ୍ଲାପାଳ ରୂପକ କୁଜୁର ଉପସ୍ଥିତ ରହି ସମସ୍ତ ସୂଚନା ପ୍ରଦାନ କରିଥିବା ବେଳେ ବାଲିଗୁଡା ଏବଂ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ରହି ଚିଠା ଭୋଟର ତାଲିକା ପ୍ରକାଶ କରିବା ସହ ଭୋଟର ତାଲିକା ଗୁଡିକୁ ଉପଜିଲ୍ଲାପାଳଙ୍କ ଠାରୁ ଗ୍ରହଣ କରିଥିଲେ ।
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ ତମ ଜନରାଜ୍ୟ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ବାଲିଗୁଡ଼ା,୫/୧: ଚଳିତ ବର୍ଷ ଦେଶ ପାଳିବ ୭୫ ତମ ଜନରାଜ୍ୟ ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ୭୫ ତମ ଜନରାଜ୍ୟ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଆଗାମୀ ୭୫ ତମ ଜନରାଜ୍ୟ ଦିବସ ବାଲିଗୁଡା ଉପଖଣ୍ଡରେ କିଭଳି ସୁରୁଖୁରୁରେ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଥିଲା । ଜନରାଜ୍ୟ ଦିବସ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗୀତା ସମ୍ବନ୍ଧରେ ଆଲୋଚନା କରିବା ସହ ସେସବୁକୁ ପରିଚାଳନା କରିବା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଦାୟିତ୍ଵ ଦିଆଯିବା ସହ ପ୍ୟାରେଡ଼ ପଡିଆ ସାଜସଜ୍ଜା, ରାସ୍ତାଘାଟ ସଫାସୁତୁରା, ସ୍ବାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥାକୁ ସଠିକ୍ ଭାବେ ସଂଚାଳନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ।
ଏଥିରେ ବାଲିଗୁଡ଼ାର ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ ।
ଆସନ୍ତା ୧୬ ତାରିଖରୁ ଜନରାଜ୍ୟ ଦିବସ ଉପଲକ୍ଷେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହେବ ଏବଂ ୨୫ ତାରିଖ ଦିନ ସକାଳ ୭ଟା ସମୟରେ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରୁ ମିନିମାରାଥନ୍ ଦୌଡ଼ ପ୍ରତିଯୋଗିତା ଆରମ୍ଭ ହୋଇ ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ୍ ଏବଂ ସେଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିନିମାରାଥନ୍ ଶେଷ ହେବାକୁ ନିଷ୍ପତ୍ତି ହୋଇଛି ।
ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହ୍ଲାଦ ଖୋସଲା ପରିଚାଳନା କରିଥିଲେ ।
ଗାୟତ୍ରୀ ପରିବାର ପକ୍ଷରୁ ଯୁଗ ନିର୍ମାଣ କାର୍ଯ୍ୟକ୍ରମ
ବାଲିଗୁଡା, ୫/୧: ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ପକ୍ଷରୁ କନ୍ଧମାଳ ଜିଲ୍ଲାର ବାଲିଗୁଡା ଏନଏସି ରେ ରହିଥିବା ବନବାସୀ ସେବା ସମିତି ,ବୃଦ୍ଧାଶ୍ରମ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଯୁଗ ନିର୍ମାଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶାନ୍ତି କୁଞ୍ଜ ହରିଦ୍ଵାର ଦ୍ଵାରା ପରିଚାଳିତ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟ ର ଚାରିଜଣ ଛାତ୍ରୀ ଶକ୍ତିମୟୀ ,ଆଞ୍ଚଲ , ନେହା ,ଓ ତିନୁ ମିଳିତ ଭାବେ ନୈତିକ ବିଚାର ଧାରା ସମ୍ପର୍କ ରେ କହିବା ସହ ପରିବାର,ସମାଜ ,ରାଷ୍ଟ୍ରର କିପରି ମଙ୍ଗଳ କରିପାରିବେ ଏବଂ ନିଶା ମୁକ୍ତ ସମାଜ ଗଠନ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ କ୍ଷ
ଏହି ଆଧ୍ୟତ୍ମିକ କାର୍ଯକ୍ରମ ରେ ପ୍ରଧାନ ଆଚାର୍ଯ୍ୟ ସମେତ ଗୁରୁଜୀ ,ଗୁରୁମା , ଶିକ୍ଷକ ଶିକ୍ଷୟତ୍ରୀ ଆଲୋଚନାରେ ଭାଗ ନେଇ ଥିବା ବେଳେ ଶକ୍ତିପୀଠ ତରଫରୁ ଅନ୍ତର୍ଯ୍ୟାମି ବେହେରା ,ପୂଜକ ପ୍ରମୋଦ ଭାଇ ,ଜଗନ୍ନାଥ ବେହେରା ,ବିରୁପାକ୍ଷ ଦାସ ଗୋପାଳ ପଟ୍ଟନାୟକ ସମେତ ବହୁ ସଂଖ୍ୟକ ଗାୟତ୍ରୀ ପରିଜନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930