Indus Valley Times

ବାଲିଗୁଡା : ଗାଁ ସାଥୀମାନଙ୍କୁ ପରିଚୟ ପତ୍ର ପ୍ରଦାନ

 Breaking News

ବାଲିଗୁଡା : ଗାଁ ସାଥୀମାନଙ୍କୁ ପରିଚୟ ପତ୍ର ପ୍ରଦାନ

August 27
19:45 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୭/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ସ୍ଥିତ ଆରାବାକା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହ ଠାରେ ଗାଁ ସାଥୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି ।
ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚକାପାଦ ବ୍ଲକ ଅଧ୍ୟକ୍ଷା ବୈନେତ୍ରୀ କହଁର, ଉପାଧ୍ୟାକ୍ଷ ସୋମନାଥ ବେହେରା ପ୍ରମୁଖ ଉପସ୍ଥିତ ଥିବା ବେଳେ ଚକାପାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଏପିଓ ନବନିତା ପ୍ରିୟଦର୍ଶନୀ ତ୍ରିପାଠୀ, ଚକାପାଦ ବ୍ଲକ ଗାଁ ସାଥୀ ସଂଘ ସଭାପତି ମନୋଜ ଦିଗାଲ, କନ୍ଧମାଳ ଜିଲ୍ଲା ଗାଁ ସାଥୀ ସଂଘ ସମ୍ପାଦକ ବିପିନ କୁମାର ଦିଗାଲ ପ୍ରମୁଖ ଉପସ୍ଥିତ ଥିବାବେଳେ ଚକାପାଦ ବ୍ଲକର ସମସ୍ତ ପଞ୍ଚାୟତର ଗାଁ ସାଥୀ ମାନେ ଉପସ୍ଥିତ ରହି ପରିଚୟ ପତ୍ର ପ୍ରଦାନ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031