Indus Valley Times

ବାଲିଗୁଡା : ଡାକ୍ତରୀ ଛାତ୍ର ଇଫୁ ମଲିକ ଙ୍କୁ ନିଜ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା

 Breaking News

ବାଲିଗୁଡା : ଡାକ୍ତରୀ ଛାତ୍ର ଇଫୁ ମଲିକ ଙ୍କୁ ନିଜ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା

December 21
21:40 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୧/୧୨: ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ କୃତୀତ୍ୱ ହାସଲ କରି ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟରେ ପଢ଼ିବାର ସୁଯୋଗ ଲାଭ କରିଥିବା କନ୍ଧମାଳ ଜିଲ୍ଲାର କୃତୀ ଛାତ୍ର ଇଫୁ ମଳିକଙ୍କୁ ନିଜ ବିଦ୍ୟାଳୟ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମିଡିଆକିଆ ଠାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ଉକ୍ତ ବିଦ୍ୟାଳୟରେ ଇଫୁ ପ୍ରଥମରୁ ଦଶମ ଶ୍ରେଣୀ ପର‌୍ୟ୍ୟନ୍ତ ପଢ଼ି କୃତୀତ୍ୱର ସହ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରି ସାରି ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତି ଅନିତା ନାୟକଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱର ଯାଇ ନିଜର କଲେଜ ଶିକ୍ଷା ଓ କ୍ୟାରିଅର ଗଠନ କରିଥିଲେ। ଈଫୁଙ୍କ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଭ୍ୟସଭ୍ୟାମାନେ, ମିଡିଆକିଆ ଗ୍ରାମପଞ୍ଚାୟତର ସରପଞ୍ଚ ଅଶୋକ ମଲ୍ଲିକ ଓ ଛାତ୍ର ଛାତ୍ରୀଙ୍କ ଗହଣରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ପ୍ରଧାନ ଶିକ୍ଷୟତ୍ରୀ ବିଜୟଲଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ବିଜ୍ଞାନ ଶିକ୍ଷକ ଅସିତ କୁମାର ସାହୁ ସଭା ପରିଚାଳନା କରିଥିଲେ ।
ରମାକାନ୍ତ ବିଶ୍ଵାଳ, ଅବନୀ କୁମାର ନାୟକ, ଶ୍ରୀଧର ସାହୁ, କନକଲତା ମିଶ୍ର, ଅନିତା କୁମାରୀ ନାୟକ, ଗୀତା ବିନ୍ଧାଣି ,ମିଡିଆକିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଅଶୋକ ମଲିକ ଓ ସମାଜସେବୀ ଗୌର ଚନ୍ଦ୍ର ପୂଜାରୀ ଛାତ୍ର ଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରି ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ଅଭିଭାଷଣ ରଖିଥିଲେ। ବିଦ୍ୟାଳୟ ତରଫରୁ ଇଫୁଙ୍କୁ ଉପଢୌକନ ଓ କିଛି ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଶେଷରେ କ୍ରୀଡ଼ା ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବିଷୋୟୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
କଳିଙ୍ଗ ଆଦର୍ଶ ଆବାସିକ ବିବ୍ୟାଳୟର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ
ବାଲିଗୁଡା,୨୧/୧୨:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି କ୍ଷ ଏଥିରେ ମୁଖ୍ୟ ଅତିଥି ଭାବେ ରାଇକିଆ ସରପଞ୍ଚ ଅକ୍ଷୟ କୁମାର ପ୍ରଧାନ ଯୋଗ ଦେଇ ଆନୁଷ୍ଠାନିକ ଭାବେ କ୍ରୀଡା ମଶାଲ କୁ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ ।
ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତି ସରସ୍ଵତୀ ପ୍ରଧାନ, ବାଲିଗୁଡାର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜଗତ ଜୀବନ ବଗର୍ତ୍ତୀ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଉକ୍ତ କ୍ରୀଡା ପ୍ରତିଯୋଗିତା ରେ ୨୮୨ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୨୦୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇ ବିଭିନ୍ନ ବର୍ଗରେ ଯଥା ୧୦୦ ମି.,୨୦୦ ମି ଦୌଡ଼ , ସଟପୁଟ, ଡିସ୍କସ, ହାଇଜମ୍ପ, ଲଙ୍ଗଜମ୍ପ , ସ୍ପୁନରେସ, ଆଦି କ୍ରୀଡାରେ ଭାଗ ନେଇଥିଲେ । ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ମଧୁକର ପ୍ରଧାନ, ଦିବ୍ୟପ୍ରକାଶ ସାହୁ, ନରେଶ କହଁର ,ଡେଜ଼ଲିନ ପ୍ରଧାନ, ଲିପିନା ସ୍ବାଇଁ, ଅଲେଖ ପ୍ରଧାନ ତଥା ଅଧକ୍ଷ ଜଗଦିଶ ମହାକୁଡ ପ୍ରମୁଖ କର୍ମଚାରୀ ଉପସ୍ଥିତ ରହି କ୍ରୀଡା ଉତ୍ସବଟିକୁ ସୂଚାରୁ ରୁପେ ସଂପାଦନ କରିଥିଲେ ।
ଏହି ବିଦ୍ୟାଳୟ ରେ କ୍ରୀଡା ଶିକ୍ଷକ ନଥିବାରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଜଗନ୍ନାଥ ବେହେରା ଙ୍କ ଜରିଆରେ କ୍ରୀଡା ଉତ୍ସବ ଟି ଆୟୋଜନ କରାଯାଇଥିଲା । ଏଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଅଭିଭାବକ ମହଲରେ ମତ ପ୍ରକାଶ ପାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031