Indus Valley Times

ବାଲିଗୁଡା ନିର୍ବାଚନ ମଣ୍ଡଳୀ : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର

 Breaking News

ବାଲିଗୁଡା ନିର୍ବାଚନ ମଣ୍ଡଳୀ : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର

ବାଲିଗୁଡା ନିର୍ବାଚନ ମଣ୍ଡଳୀ : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର
March 17
11:26 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୭/୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ବାଲିଗୁଡା ବିଧାନସଭା କ୍ଷେତ୍ରଟି ମେ ୨୦ ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଏବେ ବିଭିନ୍ନ ଦଳ ସେମାନଙ୍କ ରଣନୀତି ର ପେଢି ଖୋଲିବେ । କେଉଁ ବର୍ଗ ର ଲୋକଙ୍କୁ କିଭଳି ନିଜ ଭୋଟ ବ୍ୟାଙ୍କ ଭାବେ ଆପଣାଇବ ସେ ନେଇ କିପରି ଆକୃଷ୍ଟ କରାଯିବ ତାହାଏବେ ଠାରୁ ଆରମ୍ଭ ହୋଇଯାଇଛି ।
ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅଧୀନରେ ବାଲିଗୁଡା,କ.ନୂଆଗାଁ ,ତୁମୁଡିବନ୍ଧ,କୋଟଗଡ ବ୍ଲକ ସମେତ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ରହିଛି କ୍ଷ ଏଥିରେ ମୋଟ ୧ଲକ୍ଷ ୬୦ ହଜାର ଭୋଟର ରହିଛନ୍ତି । କନ୍ଧମାଳ ଲୋକସଭା କ୍ଷେତ୍ର ର ସବୁଠାରୁ କମ ଭୋଟର ରହିଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ।
ଏହି ନିର୍ବାଚନ ମଣ୍ଡଳୀ ରେ ସଂଖ୍ୟାଲଘୁ ଭୋଟରଙ୍କ ସଖ୍ୟ ୨୦ ରୁ ୩୦ ଶତକଡା ରହିଥିବାରୁ ଏହି ଭୋଟରଙ୍କୁ ନିଜ ଦଳ ପାଇଁ ଆକୃଷ୍ଟ କରିବା ପାଇଁ ବିଜେଡି ଓ କଂଗ୍ରେସ ନଜର ରଖିଛନ୍ତି। ବିଜେଡି ଓ କଂଗ୍ରେସ ଚଳିତ ନିର୍ବାଚନ ରେ ଜଣେ ସଂଖ୍ୟାଲଘୁ ଙ୍କୁ ପ୍ରାର୍ଥୀ କରିବା ପାଇଁ ଚିନ୍ତା କରୁଥିବା ଜଣାପଡିଛି ।
ସଂଖ୍ୟାଲଘୁ ଭୋଟର ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରଜନାତି ସମୀକ୍ଷକ ମାନେ କହୁଛନ୍ତି । ୨୦୧୯ ନିର୍ବାଚନ ରେ ସଂଖ୍ୟାଲଘୁ ଭୋଟର ଶାସକ ବିଜେଡି ଆଡକୁ ଯାଇଥିବାରୁ ବିଜୟୀ ହୋଇଥିବା ରାଜନୀତି ସମୀକ୍ଷକ ମାନେ କହୁଛନ୍ତି ।
ଚଳିତ ବର୍ଷ ସଂଖ୍ୟାଲଘୁ ଭୋଟରଙ୍କୁ ଶାସକ ବିଜେଡି ରଖିପାରିବ କି ନାହିଁ ତାହା ଏବେ ଠାରୁ କହିବା ମୁସକିଲ । ଗତ ଦୁଇ ସପ୍ତାହ ହେଲା ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନେଇ ଦୁଇ ଦଳର ବରିଷ୍ଠ ନେତା ଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଫଳରେ ମେଣ୍ଟ କୁ ନେଇ ସବୁଆଡେ ଦୁଇ ଦଳର କର୍ମୀ, କୁଜିନେତା, ଓ ଲୋକଙ୍କ ମଧ୍ୟରେ ନନା କଳ୍ପନା ଜଳ୍ପନା ରେ ପୂର୍ଣ୍ଣଛେଦ ବର୍ତ୍ତମାନ ସୁଦ୍ଧା ପଡି ପାରି ନାହିଁ କ୍ଷ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031