Indus Valley Times

ବାଲିଗୁଡା : ବଡଦିନ ପାଳନ ନିମନ୍ତେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

 Breaking News

ବାଲିଗୁଡା : ବଡଦିନ ପାଳନ ନିମନ୍ତେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

December 17
20:04 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୭/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରର ଆଡିଟରିୟମ ହଲରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ ବଡଦିନ ନିମନ୍ତେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ଅତିରିକ୍ତ ତହସିଲଦାର ଭଞ୍ଜନ କହଁର, ଉପଖଣ୍ଡ ପୋଲିସ ଅଧିକାରୀ ଡି.ତିରୁପତି ରାଓ ପଟ୍ଟନାୟକ ଓ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ବଡଦିନ ପାଳନ ଉପରେ ଗୁରୁତ୍ବ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ପ୍ରଶାନ୍ତ କୁମାର ଦାସ, ଆଇଯାକ ଦିଗାଲ, ପୁର୍ବତନ ସରପଞ୍ଚ ଜମେସ ପ୍ରଧାନ, ଅବଦୁଲ ବାରୀ, ଏମ ଡି ଆଲମାସ୍, ଆମୋଦ ନାୟକ, ଅଭିରାମ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ବଡଦିନ ପର୍ବ କୁ କିପରି ଶାନ୍ତି ଓ ଶୃଙ୍ଖଳାର ସହ ପାଳନ କରାଯିବ ସେ ନେଇ ନିଷ୍ପତ୍ତି ନିଆ ଯାଇଥିଲା।
କିନ୍ନର ସଶକ୍ତି କରଣ କର୍ମଶାଳା, ‘ସ୍ବୀକୃତି’ ଯୋଜନାରେ ଦିଆଗଲା ପ୍ରୋତ୍ସାହନ ରାଶି
କନ୍ଧମାଳ,୧୭/୧୨: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପ୍ରଶାସନ ଓ ସ୍ୱାତୀ ର ମିଳିତ ଆନୁକୁଲ୍ୟରେ ପଂଚାୟତ ସମିତି ବୈଠକ ଗୃହରେ ସରକାରଙ୍କ ବିଭିନ୍ନ ଗରିବ ଦୁରୀକରଣ ଯୋଜନା ଓ କିନ୍ନର ସଶକ୍ତି କରଣ କାର୍ଯ୍ୟକ୍ରମ ‘ସ୍ୱୀକୃତୀ’ ଉପରେ ସଚେତନତା କର୍ମଶାଳା ପଂଚାୟତ ସମିତି ଅଧକ୍ଷ ଦୀଲ୍ଲିପ କୁମାର କହଁରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କନ୍ଧମାଳ ଜିଲାପରିଷଦ ଉପାଧ୍ୟକ୍ଷ ସାଧବାଣୀ ନାୟକ ଯୋଗଦେଇଥିଲେ। ପଂଚାୟତ ସମିତିର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରି ସୁନିଲ କୁମାର ମଲ୍ଲିକ ସ୍ୱାଗତ କରିଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ, ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜ୍ୟୋତି ରଂଜନ ଜେନା, ପୁଲିସ ଅଧିକାରୀ ବାସନ୍ତି ବେହେରା ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଗ୍ରାମପଂଚାୟତ ପ୍ରତିନିଧି ନିଜ ପଂଚାୟତରେ କିପରି ପଲ୍ଲି ଓ ଗ୍ରାମ ସଭାରେ କିନ୍ନରମାନଙ୍କ ଯୋଗଦାନକୁ ସୁନିଶ୍ଚିତ କରି ପଞ୍ଚାୟତ ସମିତି ମାଧ୍ୟମରେ କାର୍ଯ୍ୟକାରି ହେଉଥିବା ଯୋଜନା ଯଥା ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି, ଅନ୍ୟାନ୍ୟ ସୁବିଧା ପାଇବା କ୍ଷେତ୍ରରେ କିନ୍ନରମାନଙ୍କୁ ସାମିଲ କରିବାକୁ ପ୍ରାଥମିକତା ଦେବା ପାଇଁ ମତବ୍ୟକ୍ତ କରିଥିଲେ। ଜିଲା ପରିଷଦ ଉପାଧ୍ୟକ୍ଷା କିନ୍ନରମାନଙ୍କୁ ରୋଜଗାରକ୍ଷମ କରିବା ନିମନ୍ତେ ପ୍ରଶିକ୍ଷଣ ଓ ପରାମର୍ଶ କିପରି ପାଇବେ ଓ ନିଜକୁ ସମାଜ ଆଗରେ ସମ୍ମାନିତ ସହ ଗଢିବେ ସେ ଉପରେ ଆଲୋକପାତ କରିଥିଲେ। ପାବୁରିଆ ସରପଂଚ ସଞ୍ଜୟ ନାୟକ କିନ୍ନରମାନେ ଯେଭଳି ସମ୍ମାନର ସହିତ ବଂଚିବେ ସେ ଉପରେ ମତ ଦେଇଥିଲେ। ଏହି ଅବସରରେ କିନ୍ନର ପୁଣ୍ଣିମା, ବିଷ୍ଣୁପ୍ରିୟା ନିଜ ଜୀବନର ଦୁଃଖ ଓ ସୁଖ ଅନୁଭୁତି କହିଥିବା ବେଳେ, ୬ ଜଣ କିନ୍ନର ନୟନା, ରମେଶ, ମନୋଜ, ବରୁଣ, ପୁଣ୍ଣିମା ଓ ଗୁପ୍ତେଶ୍ବର ଙ୍କୁ ‘ସ୍ୱୀକୃତି’ ଯୋଜନା ତରଫରୁ ଅତିଥିଙ୍କ ଦ୍ୱାରା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ପରିଚାଳକ ପ୍ରଦୀପ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ନେହଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱାତୀର କର୍ମୀ ରାଜ କୁମାର ବେହେରା, ମାମିନା କହଁର, କନକ ପାତ୍ର, ଗିତାଞ୍ଜଳି କହଁର, ଅନନ୍ତ ମଲ୍ଲିକ, ମିଲ୍ଲି ସାହାଣୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031