Indus Valley Times

ବାଲିଗୁଡା ବିଧାନସଭା : ବିଜେଡିର ଚକ୍ରମଣି କହଁର ବିଜୟୀ

 Breaking News

ବାଲିଗୁଡା ବିଧାନସଭା : ବିଜେଡିର ଚକ୍ରମଣି କହଁର ବିଜୟୀ

ବାଲିଗୁଡା ବିଧାନସଭା : ବିଜେଡିର ଚକ୍ରମଣି କହଁର ବିଜୟୀ
June 05
09:33 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୫/୬: କନ୍ଧମାଳ ଲୋକସଭା ଅନ୍ତର୍ଗତ ବାଲିଗୁଡାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ସମାପ୍ତ ହୋଇଛି । ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ଚକ୍ରମଣି କହଁର ୧୬୭୧ ଟି ଭୋଟ ବ୍ୟବଧାନ ରେ ବିଜୟୀ ହୋଇ ଦ୍ୱିତୀୟ ଥର ପାଇଁ ନିଜ ବିଧାୟକ ପଦ ବଜାୟ ରଖିଛନ୍ତି।
ବିଜେଡ଼ି ପ୍ରାର୍ଥୀ ଚକ୍ରମଣି କହଁର ୪୩ ହଜାର ୫୮୬ଖଣ୍ତ ଭୋଟ ପାଇ ବିଜୟୀ ଲାଭ କରିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ଙ୍କୁ ୪୧ ହଜାର ୯୧୫ ଖଣ୍ଡ ଭୋଟ ମିଳିଛି ।
ସେହିପରି ଭାଜପା ପ୍ରାର୍ଥୀ କଳ୍ପନା କହଁରଙ୍କୁ ୩୧ ହଜାର ୪୮୧ ଭୋଟ ମିଳିଛି କ୍ଷ ଅନ୍ୟ ମାନଙ୍କ ମଧ୍ୟରେ ମାନସ ଲୋକ ଶକ୍ତି ଦଳ ପ୍ରାର୍ଥୀ ଅଜୟ କୁମାର ମଲ୍ଲିକ ୧୦୦୯ ଟି ଭୋଟ, ନ୍ୟାସନାଲ ଅପନୀ ପାର୍ଟି ପ୍ରାର୍ଥୀ ଜୟସିଂ ମଲ୍ଲିକ ୮୬୬ ଟି ଭୋଟ ପାଇଛନ୍ତି । ଏତଦ ବ୍ୟତୀତ ନୋଟା ଭୋଟ ରେ ୨୬୦୬ ଟି ଭୋଟ ମିଳିଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031