Indus Valley Times

ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ବୈଠକ: କଳା ସଂସ୍କୃତି ର ସୁରକ୍ଷା ଓ ବିଲୁପ୍ତ ପ୍ରାୟ କଳାର ପୁନଃଉଦ୍ଧାର ଉପରେ ଆଲୋକପାତ

 Breaking News

ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ବୈଠକ: କଳା ସଂସ୍କୃତି ର ସୁରକ୍ଷା ଓ ବିଲୁପ୍ତ ପ୍ରାୟ କଳାର ପୁନଃଉଦ୍ଧାର ଉପରେ ଆଲୋକପାତ

June 02
19:56 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨/୬:କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ପଂଚାୟତ ସ୍ତରୀୟ ବୈଠକ ବୁଡୁରୁକିଆ ପଂଚାୟତ ର ଡାମିକିଆ ଗାଁ ରେ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟ ସରକାର ଙ୍କ କଳାକାର ଭତ୍ତା ଓ ଭାଗବତ ଟୁଙ୍ଗୀ ର ପୁନଃଉଦ୍ଧାର କୁ କ୍ରିୟାଶିଳ କରିବା ସହ କଳାକାର ଙ୍କୁ ସଂଗଠିତ କରିବା ଉଦେଶ୍ୟ ରେ ଏବଂ ସମସ୍ତ କଳାକାର ଙ୍କୁ ଇ-ରେଜିଷ୍ଟ୍ରେସନ କରିବା ନେଇ ଗ୍ରାମ ପଂଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।
ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ଙ୍କୁ ଅଞ୍ଚଳ ର କଳାକାର ଓ ଗ୍ରାମବାସୀ ଙ୍କ ତରଫରୁ ପାଛୋଟି ନିଆଯିବା ସହିତ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଉକ୍ତ ବୈଠକ ରେ କଳା ଓ ସଂସ୍କୃତି ର ସୁରକ୍ଷା ଓ ବିଲୁପ୍ତ ପ୍ରାୟ କଳା ର ପୁନଃ ଉଦ୍ଧାର ସମ୍ବଦ୍ଧିୟ ଆଲୋଚନା ହୋଇଥିଲା । ଉକ୍ତ ବୈଠକ ରେ ବୁଡୁରୁକିଆ ଗ୍ରାମ ପଂଚାୟତ ର ବହୁ କଳାକାର ଯୋଗ ଦେଇଥିଲେ । ବୈଠକ କୁ ରଂଜିତ କୁମାର ଡିଗାଲ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031