Indus Valley Times

ବାଲିଗୁଡା ରେ ଗଠନହେଲା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ

 Breaking News

ବାଲିଗୁଡା ରେ ଗଠନହେଲା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ

ବାଲିଗୁଡା ରେ ଗଠନହେଲା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ
November 15
11:50 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୫/୧୧: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ ଗଠନ ହେଲା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ କ୍ଷ ବାଲିଗୁଡାର ସର୍ବ ପୁରାତନ ସାହି ନୂଆସାହି ଗ୍ରାମ୍ୟ କମିଟି ର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ତିନୋଟି ୱାର୍ଡ ର ମୁଖିଆ ଏବଂ ଯୁବଗୋଷ୍ଠି ଙ୍କୁ ନେଇ ମଞ୍ଚ ଗଠନ ହୋଇଛି ଏବଂ ଏହା \”ମା ଦୁର୍ଗା ଆଞ୍ଚଳିକ ଦୁର୍ନୀତି ବିରୋଧୀ ଯୁବମଞ୍ଚ\” ନାମରେ ନାମିତ କରାଯାଇଛି ।
ବେଶ କିଛି ବର୍ଷହେବ ବାଲିଗୁଡା ରେ ଭ୍ରଷ୍ଟାଚାର ଅନ୍ୟାୟ ଅନୀତି ଏବଂ ଦାଦାଗିରି ବଢିଛି ସରକାରୀ ଓ ବେସରକାରୀ ସ୍ତରରେ ଦୁର୍ନୀତି ପ୍ରିୟା ପ୍ରୀତି ତୋଷଣ ହେଉଛି ।
ବ୍ଲକ ତହସିଲ ଏବଂ ଏନ ଏ ସି ରେ ଲାଞ୍ଚ ନ ଦେଲେ କିଛି କାମ ହେଉନି । କିଛି ଖଳ ପ୍ରକୃତି ର ଲୋକ ପ୍ରଶାସନ କୁ ହାତ ବାରସୀ କରି ଲୋକଙ୍କୁ ଭୟଭିତ କରାଇ ସରକାରୀ ଅର୍ଥ ଲୁଣ୍ଠନ କରିଚାଲିଛନ୍ତି ତାକୁ ପ୍ରତିହୃତ କରିବା ଏବଂ ସହର ରେ ଭାଇଚାରା ସୃଷ୍ଟି କରିବା ସହିତ ସମାଜ ମଙ୍ଗଳ କାର‌୍ୟ୍ୟରେ ସଂଗଠନ ନିଜକୁ ନିୟୋଜିତ କରିବା ସହିତ ଅନ୍ୟାୟ ବିରୋଧ କରିବା ପାଇଁ ଏହାର ମୁଖ୍ୟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିବ ବୋଲି ସଂଗଠନ ର ଆବାହକ ତଥା ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର କହିଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ କମିଟି ଉପ ସଭାପତି ଭାବେ ଶିବରାମ ପ୍ରଧାନୀ, ସମ୍ପାଦକ ଗଙ୍ଗାଧର ଭୋଇ, କୋଷାଧକ୍ଷ ଅଶୋକ ସାହୁ,ସହ ସମ୍ପାଦକ କଣ୍ଠେଶ୍ୱର ବାଘ ପୂର୍ବତନ ସଭାପତି ଇନ୍ଦ୍ରମଣି ପାତ୍ର ସମ୍ପାଦକ ମନୋରଞ୍ଜନ ବେହେରା ପୂର୍ବତନ ଉପ ସଭାପତି ବିଶିକେସନ ବିଶିମାଝୀ, ଅବସର ପ୍ରାପ୍ତ ଶିକ୍ଷକ ବିଜୟ ଚନ୍ଦ୍ର ଖଣ୍ଡଗିରି, ରଂଜିତ ପଣ୍ଡା, ଜଗନ୍ନାଥ ସାହୁ,ମୃତ୍ୟୁଞ୍ଜୟ ପ୍ରଧାନୀ, ଦିଲ୍ଲୀପ ପାତ୍ର, କିଶୋର କୁମାର ପାଳ, ଶୁକଦେବ ନାୟକ, ଫିରୋଜ ନାୟକ, ଆମନ ଅଫତାବ, ସେଲେସ ନାୟକ, ଅର୍ଜୁନ ନାୟକ, ରଂଜିତ ଚୌଧୁରୀ, ସୁବ୍ରତ ପ୍ରଧାନୀ, ଧର୍ମେନ୍ଦ୍ର ପାତ୍ର, ଜଳେନ୍ଦ୍ର ପାତ୍ର ଙ୍କ ସମେତ ଚାରିଶହ ରୁ ଉର୍ଦ୍ଧ ଯୁବକ ଏଥିରେ ସାମିଲ ହୋଇଥିଲେ । ଜାତି ଧର୍ମ ବର୍ଣ୍ଣ ଦଳ ମତ ନିର୍ବିଶେଷରେ ସଂଗଠନ ଟି ଉର୍ଦ୍ଧରେ ରହି କାମ କରିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।
ଶିଶୁ ସୁରକ୍ଷା ପାଇଁ ସଚେତନତା ଅଭିଯାନ
ବାଲିଗୁଡ଼ା,୧୫/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ୍ ଅଧିନରେ ଥିବା ଛତିଝାର ଗ୍ରାମରେ ଥିବା ଆଦର୍ଶ ଅଙ୍ଗନଓ୍ବାଡି କେନ୍ଦ୍ର ନଂ ୨ ଠାରେ ,ଉତ୍ପୀଡ଼ନ ଓ ଶୋଷଣର ସମସ୍ତ ଏବଂ ଶିଶୁ ସୁରକ୍ଷା ପାଇଁ ସଚେତନତା ଅଭିଯାନ ରଥକୁ କନ୍ଧମାଳ ଜିଲ୍ଲାପାଳ ଆଶିସ୍ ଇଶ୍ୱର ପାଟିଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଗୋଟିଏ ଶିଶୁର ଚାରିଗୋଟି ଅଧିକାର ରହିଅଛି, ସେଥି ମଧ୍ୟରେ ବଞ୍ଚିବାର ଅଧିକାର, ବିକାଶର ଅଧିକାର, ସୁରକ୍ଷା ଅଧିକାର, ସୟଭାଗିତାର ଅଧିକାର, ରହିଛି । ଆମ ଜିଲ୍ଲାରେ ଦିନକୁ ଦିନ ବାଲ୍ୟ ବିବାହ କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି।ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାପାଇଁ ସମସ୍ତଙ୍କ କର୍ତବ୍ୟ ରହିଛି। ଯଦି ଶିଶୁର ଯେ କୈଣସି ନିର‌୍ୟ୍ୟାତନା ହେଲେ ବିନାମୂଲ୍ୟରେ ୧୦୯୮ ଏବଂ ୧୮୦୦୪୧୯୧୮୧୩ କୁ ଫୋନ କରି ସହାୟତା ନେଇପାରିବା ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମକୁ ଅଞ୍ଚଳର ଅଗ୍ରଣି ସ୍ୱେଚ୍ଛାସେଵୀ ଅନୁଷ୍ଠାନ ସାହାରା ଓଏନ୍ଏସିଜି ,ଇଣ୍ଡିଆ ଜରମାନି , କରପୋରେସନ, ଓ୍ବାଲଡ ଭିଜନ ଇଣ୍ଡିଆ ର ସହଯୋଗ ପିକକ୍ ଅନୁଷ୍ଠାନର ସହାୟତାରେ ଏହି କାର‌୍ୟ୍ୟକ୍ରମ ୫ ଟି ବ୍ଲକ ଓ ଗ୍ରାମପଞ୍ଚାୟତ ରେ ବୁଲି ସଚେତନତା ରଥ ପରିକ୍ରମା କରିବା ସହ ସାଂସ୍କୃତିକ ଓ ଚଳଚିତ୍ର ମାଧ୍ୟମରେ ସଚେତନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାସମାଜ ମଙ୍ଗଳ ଅଧିକାରି ଓ ପ୍ରୋଗ୍ରାମ ଅଫିସର ଏସ. ଗାୟତ୍ରୀ , ସିଡିପିଓ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସାହାରା ଅନୁଷ୍ଠାନର ସଂପାଦକ ସୁକାନ୍ତ ନାୟକ ସ୍ୱାଗତ କରିଥିବା ବେଳେ ଅଭିଯାନ ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ ।
ଏହି ଅଙ୍ଗନଓ୍ବାଡି ରେ ମାଣ୍ଡିଆ ଓ ଛତୁଆରେ ପ୍ରସ୍ଥୁତ ହୋଇଥିବା କାକରାପିଠା, କେକ କୁ ଜିଲ୍ଲାପାଳ ଅଙ୍ଗନଓ୍ବାଡି ଭିତରକୁ ଯାଇ ଛୋଟ ଛୋଟ କୋମଳମତି ଶିଶୁ ମାନଙ୍କ ସହିତ କେକ୍ କାଟିଥିଲେ । ଏଥିରେ ସମସ୍ତ ସୁପରଭାଇଜର ,ଅଙ୍ଗନଓ୍ବାଡି, ଆଶା ,ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031