Indus Valley Times

ବାହାନଗା ଟ୍ରେନ୍ ଟ୍ରାଜେଡି : ଭୁବନେଶ୍ଵର ଏମ୍ସରେ ସଂରକ୍ଷିତ ଅବସ୍ଥାରେ ରହିଛି ୪୧ ଶବ

 Breaking News

ବାହାନଗା ଟ୍ରେନ୍ ଟ୍ରାଜେଡି : ଭୁବନେଶ୍ଵର ଏମ୍ସରେ ସଂରକ୍ଷିତ ଅବସ୍ଥାରେ ରହିଛି ୪୧ ଶବ

ବାହାନଗା ଟ୍ରେନ୍ ଟ୍ରାଜେଡି : ଭୁବନେଶ୍ଵର ଏମ୍ସରେ ସଂରକ୍ଷିତ ଅବସ୍ଥାରେ ରହିଛି ୪୧ ଶବ
July 22
16:39 2023

ଭୁବନେଶ୍ବର,୨୨/୭: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଶବ ହସ୍ତାନ୍ତର କରାଯିବା ପ୍ରସଙ୍ଗରେ ଭୁବନେଶ୍ଵର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ଵର ଏମ୍ସରେ ୪୧ଟି ଶବ ସଂରକ୍ଷିତ ଅବସ୍ଥାରେ ଅଛି।
ଲୋକ ନିଜ ସମ୍ପର୍କୀୟଙ୍କ ଶବ ନେବା ପାଇଁ ଆସିଲେ ଡିଏନ୍ଏ ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଉଛି। ଡିଏନ୍ଏ ମ୍ୟାଚ କଲେ ଶବ ହସ୍ତାନ୍ତର କରାଯାଉଛି। ଏହା ଏକ ନିରନ୍ତର ପ୍ରକ୍ରିୟା। ଏବେ ମୃତକଙ୍କ ସଂପର୍କୀୟ କମ୍ ଲୋକ ଆସୁଛନ୍ତି।
ଦିନେ ଦୁଇ ଦିନରେ ଜଣେ ଦୁଇ ଜଣ ସଂପର୍କୀୟ ଆସୁଛନ୍ତି। ଶବ ଚିହ୍ନଟ ହୋଇପାରୁଛି। କିନ୍ତୁ ଲୋକ ନେବା ପାଇଁ ଆସୁନାହାନ୍ତି। ଶବ ହସ୍ତାନ୍ତର ସଂପର୍କରେ ସମସ୍ତଙ୍କୁ ବିଭିନ୍ନ ମାଧ୍ୟମରେ ସୂଚନା ଦିଆଯାଉଛି। ଶବଗୁଡ଼ିକୁ ସୁରକ୍ଷିତ ଭାବେ ସଂରକ୍ଷିତ କରି ରଖାଯାଇଛି। ଆହୁରି ଅନେକ ଦିନ ଶବ ସଂରକ୍ଷିତ କରି ରଖାଯାଇପାରିବ। ବର୍ତ୍ତମାନ ସୁଦ୍ଧା ସମୂହ ଶବ ଦାହ ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ।
ସୂଚନାଯୋଗ୍ୟ, ଗତ ଜୁନ୍ ୨ ତାରିଖରେ ଘଟିଥିବା ବାହାନଗା ଟ୍ରେନ ଦୁର୍ଘଟଣାରେ ୨୯୫ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ୧୭୬ ଯାତ୍ରୀ ଗୁରୁତର ଆହତ ହୋଇଥିଲା ବେଳେ ୪୫୧ ଜଣ ସାମାନ୍ୟ ଆହତ ଥିଲେ। ୧୮୦ ଜଣ ଯାତ୍ରୀ ଫାଷ୍ଟ-ଏଡ ଚିକିତ୍ସା ପରେ ଡିସଚାର୍ଜ ହୋଇଥିଲେ। ଏହି ରେଳ ଦୁର୍ଘଟଣାରେ ୨୫୪ ଜଣ ମୃତ ଯାତ୍ରୀଙ୍କର ଶବକୁ ଚିହ୍ନଟ କରାଯାଇ ସେମାନଙ୍କର ପରିଜନଙ୍କୁ ହସ୍ତାନ୍ତର କରାଯାଇଛି। ଏବେ ବି ୪୧ ଜଣଙ୍କର ପରିଚୟ ମିଳିପାରି ନାହିଁ। ଏମାନଙ୍କ ଶବକୁ ଏମ୍ସ ଭୁବନେଶ୍ବରରରେ ରଖାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031