Indus Valley Times

ବାୟୁସେନା ହେଲିକପ୍ଟର କ୍ରାସ୍ରେ ଓଡିଆ ଯବାନ ସହିଦ୍ ,ପରିବାର ଲୋକଙ୍କ ପକ୍ଷରୁ ସୁଚନା

 Breaking News

ବାୟୁସେନା ହେଲିକପ୍ଟର କ୍ରାସ୍ରେ ଓଡିଆ ଯବାନ ସହିଦ୍ ,ପରିବାର ଲୋକଙ୍କ ପକ୍ଷରୁ ସୁଚନା

December 09
10:06 2021

ଭୁବନେଶ୍ୱର,୯/୧୨: ତାମିଲନାଡୁର କୁନ୍ନୁରରେ ଗତକାଲି ବାୟୁସେନା ହେଲିକପ୍ଟର କ୍ରାସ୍ ଘଟଣାରେ ୧୩ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି। ମୃତ ଯବାନ ହେଲେ ଅନୁଗୋଳ ଜିଲ୍ଲା ତାଳଚେରର ରାଣାପ୍ରତାପ ଦାସ । ସେ ଜୁନିଅର ୱରେଣ୍ଟ ଅଫିସର ଭାବେ କାର‌୍ୟ୍ୟରତ ଥିଲେ। ତାଙ୍କ ସମ୍ପର୍କୀୟ ବିଟୁ ଦାସ ଏହି ସୂଚନା ଦେଇଛନ୍ତି।
ରାଣାପ୍ରତାପଙ୍କ ମୃତ୍ୟୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇନି। ରାଣାପ୍ରତାପଙ୍କ ମୃତ୍ୟୁ ଖବର ଗତକାଲି ତାଙ୍କ ପତ୍ନୀ ପରିବାର ଲୋକଙ୍କୁ ଜଣାଇଥିଲେ। ଆଜି ରାତିରେ ମୃତଦେହ ତାଳଚେରରେ ପହଞ୍ଚିବ ବୋଲି ଜଣାଯାଇଛି । ରାଣାପ୍ରତାପ ପତ୍ନୀ ଓ ଶିଶୁପୁତ୍ର ସହ ଦିଲ୍ଲୀରେ ରହୁଥିଲେ। ତାଙ୍କ ବାପାମା ଗାଁରେ ରହୁଛନ୍ତି।
ଉକ୍ତ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ରାୱତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ କରି ଏବାବଦରେ ସ୍ପଷ୍ଟ କରାଯାଇଛି । କୋଏମ୍ବାଟୁର୍ ନିକଟ ସୁଲୁରୁସ୍ଥିତ ବାୟୁସେନା ବିମାନଘାଟିରୁ ‘ସିଡିଏସ୍’ ରାୱତ୍ ହେଲିକପ୍ଟର୍ ଯୋଗେ କୁନୁର୍ର ୱେଲିଂଟନ୍ ଅଭିମୁଖେ ଯାତ୍ରା କରୁଥିଲେ।
ୱେଲିଂଟନ୍ଠାରେ ଥିବା ଆର୍ମଫୋର୍ସର ଏକ କଲେଜରେ ମୁଖ୍ୟ ବକ୍ତାଭାବେ ଯୋଗଦେବାକୁ ସିଡିଏସ ବିପିନ ରାୱତ, ତାଙ୍କ କର୍ମଚାରୀ ଏବଂ ପରିବାର ସଦସ୍ୟମାନେ ଏମଆଇ-ସିରିଜ୍ ହେଲିକପ୍ଟରରେ ଯାଉଥିଲେ।
ତେବେ କୋଏମ୍ବାଟୁର ଏବଂ ସୁଲୁର ମଧ୍ୟରେ ଥିବା କୁନୁରରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସିଡିଏସ୍ ଜେନେରାଲ ରାୱତ, ପତ୍ନୀ ମଧୁଲିକାଙ୍କ ସହ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୯ ଜଣ ଯାତ୍ରୀ ଏବଂ ପାଞ୍ଚ ଜଣ କ୍ରୁ ସଦସ୍ୟ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031