Indus Valley Times

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କନ୍ଧମାଳ : ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ

 Breaking News

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କନ୍ଧମାଳ : ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କନ୍ଧମାଳ : ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ
November 22
20:41 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨୨/୧୧: କନ୍ଧମାଳ ଲେଖିଲା ବିକାଶ ନୂଆ କାହାଣୀ । ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ଯୋଡ଼ି ହୋଇଛି କନ୍ଧମାଳ ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଫୁଲବାଣୀ ଗସ୍ତ କରିବା ସହ କନ୍ଧମାଳ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।
ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକାରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡରେ ଯୋଡ଼ି ହୋଇଛନ୍ତି । ଏଥିସହ ଜିଲ୍ଲାର ପ୍ରାୟ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ ମିନି ଷ୍ଟାଡିୟମରେ ପହଞ୍ଚିବା ସହ ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ।
ପରେ ପରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ । ବିଜୁ ସ୍ମାର୍ଟ କାର୍ଡ ବ୍ୟତୀତ ମୁଖ୍ୟମନ୍ତ୍ରୀ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର ୧୮୯ଟି ପ୍ରକଳ୍ପ(୧୧ କୋଟି ୫୦ ଲକ୍ଷ ଟଙ୍କା), ରାସ୍ତା, କୋଠାବାଡି ଓ ସେତୁ ପାଇଁ ୩୪ଟି ପ୍ରକଳ୍ପ(୧୩୯ କୋଟି ଟଙ୍କା), ସ୍ୱାସ୍ଥ୍ୟ ସେବା ଓ ବିଦ୍ୟୁତ ଭିତ୍ତିଭୂମି ବିକାଶ ପାଇଁ ୪୪ କୋଟି ୮୧ ଲକ୍ଷ ଟଙ୍କାର ୨ଟି ପ୍ରକଳ୍ପ, ୪୮ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ଜଳସେଚନ ପ୍ରକଳ୍ପ ଉଦଘାଟନ କରିଛନ୍ତି କ୍ଷ
ଯାହା ଦ୍ୱାରା କି ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ଉପାନ୍ତରୁ ବିକାଶର ଦ୍ୱାର ଦେଶରେ ପହଁଚିବ ।ସେହିପରି ମୁଖ୍ୟମନ୍ତ୍ରୀ ଉଦବୋଧନ ପ୍ରଦାନ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଭଳି ଏକ ଜନମଙ୍ଗଳକାରୀ କାର୍ଡକୁ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ କରିଥିବା ଯୋଜନାର ସଫଳ ରୂପାୟନ ବିଷୟରେ ବାର୍ତ୍ତା ରଖିଥିଲେ ମୁଖ୍ୟମନ୍ତ୍ରୀ । କନ୍ଧମାଳ ଜିଲ୍ଲା ଆଗାମୀ ଦିନରେ ଏକ ପ୍ରଗତିଶୀଳ ଜିଲ୍ଲାରେ ପରିଣତ ହେବ । ସାଧାରଣ ଲୋକଙ୍କ ଜୀବନଯାପନ ପକ୍ରିୟାରେ ପରିବର୍ତ୍ତନ ହୋଇଛି । କନ୍ଧମାଳ ହଳଦୀ ସମଗ୍ର ବିଶ୍ୱରେ ପରିଚୟକୁ ପ୍ରତିପାଦିତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକୀରୀ ସଭିଏଁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡରେ ଚିକିତ୍ସା ହୋଇପାରିବେ । ସାଧାରଣ ଗରିବୀ ଲୋକଟିଏ ଯେପରି ଉନ୍ନତ ଚିକିତ୍ସା ପାଇ ପାରିବ, ତାହା ହିଁ ସରକାରର ମୁଖ୍ୟ ଲକ୍ଷ୍ୟ । ସ୍ୱାସ୍ଥ୍ୟ ପାଇଁ ଜମି, ଅଳଙ୍କାର ଆଦି ବିକ୍ରୟ କରିବାକୁ ପଡ଼ୁଥିଲା । ତାହା ମୁଖ୍ୟମନ୍ତ୍ରୀଙ୍କୁ ବ୍ୟଥିତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିପାଇଁ ଏଭଳି ଏକ ଅଭିନବ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସରକାର ପହଁଚାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କଅଁର ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ରହିବା ସହ ସାଧାରଣ ଲୋକଙ୍କୁ ଉଦବୋଧନ ପ୍ରଦାନ କରିଥିଲେ । ସେପଟେ ସୁରକ୍ଷାକୁ ନଜରରେ ରଖି ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031