Indus Valley Times

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ

 Breaking News

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ

December 10
16:29 2021

ଭୁବନେଶ୍ୱର,୧୦/୧୨: ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ। ଭୁବନେଶ୍ୱରରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ ଓ ପ୍ରୀତିରଞ୍ଜନ ଘଡ଼େଇଙ୍କ ଉପସ୍ଥିତରେ ସେ ଶୁକ୍ରବାର ବିଜେଡିରେ ଯୋଗ ଦେଇଛନ୍ତି।
ବିଜେଡିରେ ମିଶିବା ପରେ ପ୍ରଫୁଲ୍ଲ ମାଝୀ କହିଛନ୍ତି, ଆଜି ମୋ ପାଇଁ ଏକ ସ୍ମୃତିର ଦିନ। ତଳସରା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ଥିଲା। ଦଳ ଛାଡ଼ିବା ସିଦ୍ଧାନ୍ତ ମୋର ଏକା ନଥିଲା। ଏହା ମୋ ସହଯୋଗୀମାନଙ୍କ ନିଷ୍ପତ୍ତି ଥିଲା। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛୁ।
ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭଲ ପାଏ। ସେ ବି ମୋତେ ଭଲ ପାଆନ୍ତି। ଆମେ ସମସ୍ତେ ବିଜେଡିରେ ଶୄଙ୍ଖଳିତ ହୋଇ କାମ କରିବୁ। ଆଦିବାସୀ ମାନଙ୍କ ବିକାଶ ସହ ସୁନ୍ଦରଗଡ଼ ଜିଲ୍ଲା ଓ ରାଜ୍ୟର ବିକାଶ ନେଇ କାମ କରିବୁ। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ କରିବ।
ଡାକ୍ତର ମାଝୀ କହିଛନ୍ତି, କଂଗ୍ରେସ ଏକ ମୁଣ୍ଡବିହୀନ ଦଳ ହୋଇଯାଇଛି। ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଛି। ସେହିଭଳି ଦଳରେ ରହି ଲୋକଙ୍କ ସେବା କରିବା ସମ୍ଭବ ହେଲାନି।
କଂଗ୍ରେସରୁ ଇସ୍ତଫା ଦେବା ବେଳେ ଏହି ପୂର୍ବତନ ବିଧାୟକ କହିଥିଲେ ଯେ ତାଙ୍କୁ ଓ ତାଙ୍କ ସମର୍ଥକମାନଙ୍କୁ ଦଳରେ ଅଣଦେଖା କରାଯାଉଥିଲା। ଦଳ ସେମାନଙ୍କୁ ପ୍ରତାରିତ କରିଛି। ଦଳୀୟ ନେତା ଓ କର୍ମୀ ସେମାନଙ୍କ ବିପକ୍ଷରେ କାମ କରୁଛନ୍ତି। ଏଣୁ ଏହି ଦଳରେ ରହି ଆଉ ଲୋକଙ୍କ ସେବା କରି ହେବନି।
ସୁନ୍ଦରଗଡ଼ର ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ୍ରେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଡାକ୍ତର ପ୍ରଫୁଲ୍ଲ ମାଝୀ। ୨୦୦୬ରେ ଉପ-ନିର୍ବାଚନ ଲଢ଼ି ପ୍ରଥମେ ବିଧାନସଭାକୁ ଆସିଥିଲେ ସେ। ଏହା ପରେ ଯଥାକ୍ରମେ ୨୦୦୯ ଓ ୨୦୧୪ ନିର୍ବାଚନରେ ସେ ଏହି ଆସନରୁ ଜିତିଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ଡାକ୍ତର ମାଝୀ ହାରି ଯାଇଥିଲେ।
ସୂଚନାଯୋଗ୍ୟ, ଗତ ନଭେମ୍ବର ୬ ତାରିଖରେ ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ବିଜେଡିରେ ସାମିଲ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031