Indus Valley Times

ବିଜେଡି ପ୍ରତିନିଧି ଦଳର ଭୁଶୁଡିଥିବା ଟନେଲ ଅଞ୍ଚଳ ପରିଦର୍ଶନ ଓ ଅଧିକାରୀଙ୍କ ସହ ଆଲୋଚନା

 Breaking News

ବିଜେଡି ପ୍ରତିନିଧି ଦଳର ଭୁଶୁଡିଥିବା ଟନେଲ ଅଞ୍ଚଳ ପରିଦର୍ଶନ ଓ ଅଧିକାରୀଙ୍କ ସହ ଆଲୋଚନା

ବିଜେଡି ପ୍ରତିନିଧି ଦଳର ଭୁଶୁଡିଥିବା ଟନେଲ ଅଞ୍ଚଳ ପରିଦର୍ଶନ ଓ ଅଧିକାରୀଙ୍କ ସହ ଆଲୋଚନା
May 27
22:46 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୭/୫ : ଭାରତବର୍ଷର ସର୍ବାଧିକ ଲମ୍ବା ଟନେଲ ସଫଳତାର ସହ ଉଦଘାଟିତ ହେଲା ବୋଲି କିଛିଦିନ ତଳେ ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଏକ୍ସ ହାଣ୍ଡେଲରେ ସୂଚନା ଦେଇଥିଲେ ।
ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବୌଦ୍ଧ ଆସି ସୂଚନା ଦେଇଥିଲେ । ଯଦିଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣମାଗଣା ଜମି ସହ ପ୍ରକଳ୍ପର ୫୦ପ୍ରତିଶତ ଅର୍ଥ ରାଜ୍ୟପାଣ୍ଠିରୁ ବହନ କରିବାର ପ୍ରତିଶୃତିପରେ ନାଲିଫିତାତଳେ ଥିବା ଖୁର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଆଗେଇଥିଲା ।
ଆଜି ସରକାରପରିବର୍ତ୍ତନପରେ କାର୍ଯ୍ୟରେ ମାତ୍ରାଧିକ ପିସି ଏବଂ ନିମ୍ନମାନର କାମ ଯୋଗୁଁ ଏଭଳି ଐତିହାସିକ ଟନେଲ ବିଭିନ୍ନ ଜାଗାରେ ଭୁଶୁଡିବା ଆରମ୍ଭ କରିଛି ।
ଉକ୍ତ ଅଞ୍ଚଳଦେଈ ଲୋକେ ଚାଷକାର୍ଯ୍ୟ ପଶୁ ଚାରଣ ପାଇଁ ଯାଆନ୍ତି ଏଣୁ ଅଞ୍ଚଳ ବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ବୋଲି ଆଜି ପୂର୍ବତନମନ୍ତ୍ରୀ ବାଚସ୍ପତି ତଥା ବିଜୁ ଜନତାଦଳର ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଶ୍ରୀଯୁକ୍ତ ଅବକାଶ ସାହୁ ସୀତାଂଶୁ ମହାଙ୍କୁଡ ଗରୁଡ଼ ପ୍ରଧାନ ବାସୁଦେବ ଦେହୁରୀ ଅଧିଵକ୍ତା ପୂର୍ଣ୍ଣଚନ୍ଦ୍ର ଦାସ ଆନିକେତ ଦାନୀ ରବୀନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଯାଇଥିବା ତଥ୍ୟାନୁସନ୍ଧାନ କାରୀ ଦଳ ପ୍ରକାଶ କରିଛନ୍ତି ।
ସବୁଠାରୁ ବଡ଼କଥା ହେଉଛି ଶ୍ରମିକଙ୍କ ରେଜିଷ୍ଟରରେ କୌଣସି ତାଳମେଳ ରହୁନଥିବା ଏବଂ ଟନେଲ ମଧ୍ୟରେ ଶ୍ରମିକ କାମ କରୁଥିବା କଥାକୁ ଠିକାସଂସ୍ଥା କର୍ତୃପକ୍ଷ ସ୍ୱୀକାର କରୁଥିବା ବେଳେ ୪୦ ଫୁଟ ତଳକୁ ମାଟି ଖସିଥିବାରୁ ମାଟି ନଉଠିବା ପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା କହିବା ଅସମ୍ଭବ ।
ପ୍ରକଳ୍ପ ଧସିଥିବା ସ୍ଥାନରୁ ୨୦୦ମିଟର ଦୂରରେ ଏକ ବୃହତ ପୋଖରୀ ଥିବାବେଳେ ଏକ ସାଧାରଣ ଚାଷଜମିତଳେ କିଭଳି ଟନେଲ ଖୋଲିବାକୁ ରେଳବାଇ ବିଭାଗ ନିଷ୍ପତ୍ତି ନେଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।
ଏଣୁ ଉପରୋକ୍ତ ଘଟଣାର ସର୍ବଦଳୀୟ କମିଟି କରି ଅନୁସନ୍ଧାନ କରିବାକୁ ବିଜୁ ଜନତାଦଳ ପ୍ରେସ ବିବୃତ୍ତି ମାଧ୍ୟମରେ ଦାବୀ କରିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031