Indus Valley Times

ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ ,ଏୟାର ଆମ୍ବୁଲାନ୍‌ସରେ ଯିବେ ହାଇଦ୍ରାବାଦ

 Breaking News

ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ ,ଏୟାର ଆମ୍ବୁଲାନ୍‌ସରେ ଯିବେ ହାଇଦ୍ରାବାଦ

December 11
14:33 2021

ଭୁବନେଶ୍ୱର,୧୧/୧୨: ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଶୁକ୍ରବାର ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବିଧାୟକ ବଦ୍ରି ପାତ୍ରଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତ କରାଯାଇଥିଲା ।
ସେଠାରେ ପରୀକ୍ଷା ପରେ ତାଙ୍କ ହାର୍ଟରେ ଦୁଇଟି ଆଟେରୀ ବ୍ଲକେଜ୍ ଥିବା ଜଣାପଡିଥିଲା । ତୁରନ୍ତ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେନ୍ ଲଗାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଇଣ୍ଟରନାଲ ବ୍ଲିଡିଂ ସମସ୍ୟା ଦେଖାଦେଇଥିଲା । ଏହି କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକରୁ ଅଧିକ ଗୁରୁତର ହେବାରେ ଲାଗିଛି । ତାଙ୍କ ନିକଟରେ ତାଙ୍କ ପୁଅମାନେ ଉପସ୍ଥିତ ଅଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031