Indus Valley Times

ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

 Breaking News

ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

July 02
16:10 2022

ଭୁବନେଶ୍ବର, ୨/୭: ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ହଷ୍ଟେଲ ରୁମ୍ରେ ସନ୍ଦେହଜନକ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା । କଲେଜର କାରୁବାକି ଛାତ୍ରୀ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ବିଜେବି କଲେଜ କାରୁବାକି ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ରୁମ୍ରେ ପଡିଥିବା ବେଳେ ରୁମ୍ କବାଟ ଭିତର ପଟୁ ବନ୍ଦ ରହିଥିଲା ।
ଛାତ୍ରୀ ଜଣଙ୍କୁ ଡାକିବାରୁ ସେ କବାଟ ନ ଖୋଲିବାକୁ ହଷ୍ଟେଲ ଓ୍ବାର୍ଡେନ୍ ଏବଂ ସୁପରିଣ୍ଟେଣ୍ଡଣ୍ଟଙ୍କୁ ଖବର ଦିଆଯାଇଥିଲା । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚିବା ପରେ ଶାବଳ ସାହାଯ୍ୟରେ କବାଟ ତାଡି ମୃତଦେହ ଉଦ୍ଧାର କରାଯାଇଥିଲା ।
ମୃତ ଛାତ୍ରୀ ଜଣଙ୍କ କଟକର ରୁଚିକା ମହାନ୍ତି ବୋଲି ଜଣାପଡିଛି । ସେ ଯୁକ୍ତ ୩ ପ୍ରଥମ ବର୍ଷ କଳାର ଛାତ୍ରୀ ଥିଲେ । ସେ ଡର୍ମେଟ୍ରି ହଲ୍ରେ ରହୁଥିଲେ ।
ଅନ୍ୟ ରୁମ୍ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହି ରୁମ୍ରେ ୩ ଜଣ ଛାତ୍ରୀ ରହୁଥିଲେ । ସେମାନଙ୍କ ସହ ରୁଚିକାଙ୍କ ଘନିଷ୍ଠ ସମ୍ପର୍କ ଥିଲା । ସେହି ରୁମ୍ରେ ସେ ଖାଇବା ପିଇବା, ପାଠପଢା ଆଦି କରୁଥିଲେ ।
ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କ’ଣ ପାଇଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଘଟଣାସ୍ଥଳରେ ବଡଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ତଦନ୍ତ ପରେ ଛାତ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031