Indus Valley Times

ବିଜ୍ଞପ୍ତି ପ୍ରକାଶ ପାଇଲା ପୌର ଅଧ୍ୟକ୍ଷ ପଦବି, ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ପଦବି ଅସଂରକ୍ଷିତ ବର୍ଗଙ୍କ ପାଇଁ ସଂରକ୍ଷିତ

 Breaking News

ବିଜ୍ଞପ୍ତି ପ୍ରକାଶ ପାଇଲା ପୌର ଅଧ୍ୟକ୍ଷ ପଦବି, ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ପଦବି ଅସଂରକ୍ଷିତ ବର୍ଗଙ୍କ ପାଇଁ ସଂରକ୍ଷିତ

ବିଜ୍ଞପ୍ତି ପ୍ରକାଶ ପାଇଲା ପୌର ଅଧ୍ୟକ୍ଷ ପଦବି, ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ପଦବି ଅସଂରକ୍ଷିତ ବର୍ଗଙ୍କ ପାଇଁ ସଂରକ୍ଷିତ
January 16
07:36 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୧: ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ପଦବି ଅସଂରକ୍ଷିତ ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଥିବା ଜଣାପଡିଛି । ଶନିବାରି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତପ୍ତରତା ଦେଖାଦେଇଛି । କେଉଁ ଦଳରୁ କିଏ ନେତା ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି ତାକୁ ନେଇ ନେତା ଠୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଦୀର୍ଘ ଦିନ ହେବ ଦଳରେ ପଡି ରହିଥିବା ନେତାମାନେ ଏଥର ସେମାନଙ୍କ ସମ୍ଭାବନା ଥିବା ନେଇ ଦଳ ମଧ୍ୟରେ ଆଲୋଚନା ହେଉଛି । ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ୧୭ ଟି ୱାର୍ଡକୁ ନେଇ ଗଠିତ ଥିବା ବେଳେ ଗତ ଥର ଅଧ୍ୟକ୍ଷ ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ବିଜୁ ଜନତା ଦଳ ଅଧ୍ୟକ୍ଷା ଆସନ ହାତେଇବାରେ ସଫଳ ହୋଇଥିଲା ।
ବୌଦ୍ଧ ୨ ଓ ୩ ନମ୍ବର ଜିଲ୍ଲା ପରିଷଦ ଜୋନ;ମତଦାନ କରିବେ ୭୨ ହଜାର ୫୫୧ ଭୋଟର
ବୌଦ୍ଧ,୧୬/୧: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ପରେ ବୌଦ୍ଧଜିଲ୍ଲାରେ ରାଜନୈତିକ ମହଲରେ ଚଳଚଂଚଳ ଦେଖିବାକୁ ମିଳିଛି । ଆଶାୟୀ ପ୍ରାର୍ଥୀମାନେ ଟିକଟ ପାଇବା ପାଇଁ ଲବି ଆରମ୍ଭ କରିଦେଇଛନ୍ତି । ଜିଲ୍ଲାରେ ଫେବୃଆରୀ ୧୬ ତାରିଖରେ ପ୍ରଥମ ପର୍ଯ୍ୟୟ ନିର୍ବାଚନ ହେବାକୁ ଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କଣ୍ଟାମାଳ ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ ୨୪ଟି ପଂଚାୟତର ସରପଂଚ ଓ ସମିତି ସଭ୍ୟ ଏବଂ ୩୩୦ ୱାର୍ଡ ମେମ୍ବର ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । କଣ୍ଟାମାଳ ବ୍ଲକର ୨ ନମ୍ବର ଜିଲ୍ଲା ପରିଷଦ ଜୋନ ଅସଂରକ୍ଷିତ ରହିଥିବା ବେଳେ ୩ ଜୋନ ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
୨ ନମ୍ବର ଜୋନରେ ୮ଟି ପଂଚାୟତ ୧୦୭ଟି ୱାର୍ଡ ଓ ୩ ନମ୍ବର ଜୋନରେ ୮ଟି ପଂଚାୟତ ଓ ୧୨୦ଟି ୱାର୍ଡ ରହିଛି । ଗତ ୨୦୧୭ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଏହି ୨ଟି ଯାକ ଆସନ ବିଜୁ ଜନତା ଦଳ ହାତରେ ଥିଲା ।
୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ଭୋଟର ସଂଖ୍ୟା ୩୬୦୮୬ ଅଛି । ଏହି ଜୋନରେ କଣ୍ଟାମାଳ ପଂଚାୟତ, ଖଲିଆପାଲି ପଂଚାୟତ, ଦପଲା ପଂଚାୟତ, ପଲସାଗୋରା ପଂଚାୟତ, ରୁଣ୍ଡିମହୁଲ ପଂଚାୟତ, ରେଙ୍ଗାଲି ପଂଚାୟତ,ସିମିଳପଦର ପଂଚାୟତ ଓ ଲମ୍ବସରୀ ପଂଚାୟତ ରହିଛି । ସେହିପରି ୩ ନମ୍ବର ଜିଲ୍ଲା ପରିଷଦ ଜୋନରେ ଖଟଖଟିଆ ପଂଚାୟତ,ଗୁଡଭେଲିପଦର ପଂଚାୟତ,ଘିକୁଣ୍ଡି ପଂଚାୟତ, ବରଗୋଚ୍ଛା ପଂଚାୟତ, ବିଳାଶପୁର ପଂଚାୟତ, ମନମୁଣ୍ଡା ପଂଚାୟତ, ଯୋଗୀନ୍ଦ୍ରପୁର ପଂଚାୟତ ଓ ସୁଣ୍ଡିପଦର ପଂଚାୟତ ରହିଛି । ୩ ନମ୍ବର ଜୋନରେ ଭୋଟର ସଂଖ୍ୟା ୩୬୪୬୫ ରହିଛି । ୨୦୧୭ ପଂଚାୟତ ନିର୍ବାଚନରେ ୨ ଜୋନରେ ବିଜେପି ଦ୍ୱିତୀୟ ସ୍ଥାନରେ ଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନରେ ଥିଲା ।
ସେହିପରି ୩ ନମ୍ବର ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ତୃତୀୟ ସ୍ଥାନରେ ରହିଥିଲା । ଗତ ପଂଚାୟତ ନିର୍ବାଚନରେ କଂଗ୍ରେସ ଦଳ ଖାତା ଖୋଲି ପାରିନଥିବା ବେଳେ କେବଳ ୩ ନମ୍ବର ଜୋନରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ୨ ନମ୍ବର ଜିଲ୍ଲା ପରିଷଦ ଜୋନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ବିଜେଡିର ଏକ ଗୋଷ୍ଠୀର କର୍ମୀ ଓ ନେତାମାନେ ଏକ ହୋଇ ପ୍ରାର୍ଥୀ ବାଛି ଦଳର ଉପରସ୍ଥ ନେତାଙ୍କୁ ଜଣାଇଥିଲେ । ହେଲେ ଦଳ ବର୍ତ୍ତମାନ ଉକ୍ତ ପ୍ରାର୍ଥୀଙ୍କ ନାମ ଉପରେ ମୋହର ମାରିବ ନା ଆଉ କାହାକୁ ପ୍ରାର୍ଥୀ କରିବ ତାହା ଦେଖିବାକୁ ବାକି ରହିଛି । ସେହିପରି ୩ ନମ୍ବର ଜୋନରେ ମଧ୍ୟ ଦଳର ଆଶାୟୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଦେଖିବାକୁ ରହିଲା । ବିଜେପି ଉପଯୁକ୍ତ ପ୍ରାର୍ଥୀ ଚୟନରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥ ଖୋଜା ଚାଲିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031