Indus Valley Times

ବିଜ୍ଞାପନରେ ବାଣ ନ ଫୁଟାଇବାକୁ ପରାମର୍ଶ ଦେଇ ବିବାଦ ଘେରକୁ ଟାଣି ହୋଇଛନ୍ତିି ଅମିର ଖାନ୍

 Breaking News

ବିଜ୍ଞାପନରେ ବାଣ ନ ଫୁଟାଇବାକୁ ପରାମର୍ଶ ଦେଇ ବିବାଦ ଘେରକୁ ଟାଣି ହୋଇଛନ୍ତିି ଅମିର ଖାନ୍

October 22
11:23 2021

ନୂଆଦିଲ୍ଲୀ, ୨୨/୧୦: ଚର୍ଚ୍ଚାରେ ବଲିଉଡ୍ ଅଭିନେତା ଅମୀର୍ ଖାନ୍। ଏକ ବିଜ୍ଞାପନରେ ଦୀପାବଳିରେ ବାଣ ନଫୁଟାବାକୁ ପରାମର୍ଶ ଦେଇ ବିବାଦ ଘେରକୁ ଟାଣି ହୋଇଛନ୍ତି ଅମିର ଖାନ୍।
ପ୍ରମୁଖ ଟାୟାର କମ୍ପାନୀ ସିଏଟ୍ ଲିମିଟେଡ ପକ୍ଷରୁ ଏକ ବିଜ୍ଞାପନରେ ଅମୀର ଖାନ୍ ଅଭିନୟ କରି ରାସ୍ତାରେ ବାଣ ନଫୁଟାଇବାକୁ ପରାମର୍ଶ ଦେଇଛନ୍ତି। ହେଲେ ଏହି ବିଜ୍ଞାପନକୁ ନେଇ ଆପତ୍ତି ଉଠାଇଛନ୍ତି ବିଜେପି ସାଂସଦ ଅନନ୍ତକୁମାର ହେଗଡେ।
ସେ କହିଛନ୍ତି ଯେ, ନାମାଜ ପାଠ ନାମରେ ରାସ୍ତା ଅବରୋଧ ଏବଂ ଆଜନ ସମୟରେ ମସଜିଦରୁ ହେଉଥିବା ବାୟୁ ପ୍ରଦୂଷଣ ବାବଦରେ କମ୍ପାନୀ ବିଜ୍ଞାପନ ମାଧ୍ୟମରେ କିଛି ବାର୍ତ୍ତା ଦେଉ ବୋଲି ସେ କହିଛନ୍ତି।
ଏନେଇ କମ୍ପାନୀର ଏମଡି ଏବଂ ସିଇଓ ଅନନ୍ତ ବର୍ଦ୍ଧନ ଗୋଏଙ୍କାଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅନନ୍ତକୁମାର ହେଗଡେ। ସେଥିରେ ଉକ୍ତ ବିଜ୍ଞାପନ ପ୍ରତି ଧ୍ୟାନ ଦେବା ପାଇଁ ଅନୁରୋଧ କରିବା ସହ ଏହା ହିନ୍ଦୁମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛି।
ତେଣୁ ଭବିଷ୍ୟତରେ ହିନ୍ଦୁ ଭାବନାକୁ ସମ୍ମାନ ଦେବାକୁ ନେଇ ସେ ଆଶା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଆପଣଙ୍କ କମ୍ପାନୀର ସମ୍ପ୍ରତି ବିଜ୍ଞାପନରେ ଅମିର ଖାନ ଲୋକମାନଙ୍କୁ ରାସ୍ତାରେ ବାଣ ନଫୁଟାଇବାକୁ ପରାମର୍ଶ ଦେଉଛନ୍ତି । ତାହା ଖୁବ୍ ଭଲ ବାର୍ତ୍ତା । ଜନସାଧାରଣଙ୍କ ସମସ୍ୟା ପ୍ରତି ଆପଣଙ୍କର ଚିନ୍ତାଧାରା ପ୍ରଶଂସନୀୟ।
ଏହି ପରିପ୍ରେକ୍ଷୀରେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, ରାସ୍ତାରେ ଲୋକମାନେ ସମ୍ମୁଖୀନ ହେଉଥିବା ଆଉ ଏକ ସମସ୍ୟାର ସମାଧାନ କରନ୍ତୁ। ବିଷେଶ କରି ନମାଜ ପାଠ ନାମରେ ଶୁକ୍ରବାର ରାସ୍ତା ଅବରୋଧ ନେଇ ସକାରତ୍ମକ ବାର୍ତ୍ତା ଦିଆଯାଉ ବୋଲି ସାଂସଦ ଲେଖିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031