Indus Valley Times

ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ନିମନ୍ତେ ପ୍ରସ୍ତୁତି ବୈଠକ

 Breaking News

ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ନିମନ୍ତେ ପ୍ରସ୍ତୁତି ବୈଠକ

November 29
20:50 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୨୯/୧୧: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ ଝୋଲା ଗ୍ରାମ ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ନିମନ୍ତେ ପ୍ରସ୍ତୁତି ବୈଠକ ଫୁଲେଶ୍ଵର କଲ୍ୟାଣ ମଣ୍ଡପ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସରପଞ୍ଚ ବିନୋଦ କୁମାର ସାହୁ,ପୂର୍ବତନ ସରପଂଚ ରତିକାନ୍ତ ସାମଲ,ପ୍ରଶାନ୍ତ କୁମାର ସାହୁ, ପଞ୍ଚାୟତ ବିଜୁ ଜନତା ଦଳ ସଭାପତି ବସନ୍ତ କୁମାର ସାହୁ,ଗ୍ରାମ୍ୟ କମିଟି ର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।ପଞ୍ଚାୟତ ରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକ ମାନେ ବିଭିନ୍ନ ସମସ୍ୟା ର ସମୁଖୀନ ହେଉଛନ୍ତି।ଏପରିକି ବାହାଡ ଝୋଲା ନୂଆଗାଁ ବ୍ଲକ୍ ର ଏକ ବାଣିଜ୍ୟିକ କେନ୍ଦ୍ର ସ୍ଥଳି ହୋଇଥିବାରୁ ଏହାର ବିକାଶ ଗୁରୁତ୍ବ ପୂର୍ଣ୍ଣ ହୋଇପଡିଛି।ତେଣୁ ବାହା ଡ ଝୋଲା ପଞ୍ଚାୟତ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରିବା ନିମନ୍ତେ ବୈଠକ ରେ ସର୍ବସମ୍ମତି କ୍ରମେ ଆଲୋଚନା କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031