Legatus

ବିଦାୟୀ ଭାଷଣରେ କ୍ଷମା ମାଗିଲେ ରାଜ୍ୟସଭା ସାଂସଦ ଜୟା ବଚ୍ଚନ

 Breaking News

ବିଦାୟୀ ଭାଷଣରେ କ୍ଷମା ମାଗିଲେ ରାଜ୍ୟସଭା ସାଂସଦ ଜୟା ବଚ୍ଚନ

ବିଦାୟୀ ଭାଷଣରେ କ୍ଷମା ମାଗିଲେ ରାଜ୍ୟସଭା ସାଂସଦ ଜୟା ବଚ୍ଚନ
February 09
19:05 2024

ନୂଆଦିଲ୍ଲୀ,୯/୨: ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ ସଂସଦର ବଜେଟ୍ ଅଧିବେଶନରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ କଟାକ୍ଷ କରି ଚର୍ଚ୍ଚାକୁ ଆସିଥିଲେ। ସମ୍ପ୍ରତି ଜୟା ବଚ୍ଚନ ତାଙ୍କ ବିଦାୟ ଅଭିଭାଷଣରେ ସଂସଦରେ ସମସ୍ତ ସଦସ୍ୟଙ୍କୁ କ୍ଷମା ମାଗିଥିବା ଜଣାପଡ଼ିଛି।
ବିଦାୟ ଅଭିଭାଷଣରେ ଜୟ କହିଛନ୍ତି,‘ ମୁଁ ରାଗେ କିନ୍ତୁ ମୋର ଉଦ୍ଦେଶ୍ୟ କାହାକୁ ଆଘାତ ପହଞ୍ଚାଇବା ନୁହେଁ। ମୁଁ ସମୟ ସମୟରେ ଅଧିକ ରାଗି ଯାଇଥାଏ। ଯେଉଁ ସମୟରେ କି ରାଗିବାର କୌଣସି କାରଣ ହିଁ ନଥାଏ। ଏହା ମୋର ଏକ ଖରାପ ଅଭ୍ୟାସ ବୋଲି ମୁଁ କହିବି।
କୌଣସି କଥା ଯଦି ମୋତେ ପସନ୍ଦ ନଆସେ ମୁଁ ନିଜ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରେ ନାହିଁ। ମୁହଁକୁ ଯାହା ଆସେ କହି ଦେଇଥାଏ। ଏହି କ୍ରମରେ ମୁଁ ଯଦି ଆପଣମାନଙ୍କୁ କେବେ କିଛି କହି ଦୁଃଖ ପହଞ୍ଚାଇଛି ସେଥିପାଇଁ କ୍ଷମା କରିଦେବେ। ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି।’
ସୂଚନାଯୋଗ୍ୟ, ରାଜ୍ୟସଭାରେ ଯେଉଁ ୬୮ଜଣଙ୍କ କାର‌୍ୟ୍ୟକାଳ ଫେବୃଆରିରୁ ଏପ୍ରିଲ ମଧ୍ୟରେ ଶେଷ ହେବାକୁ ଯାଉଛି ସେଥିମଧ୍ୟରେ ଜୟା ବଚ୍ଚନ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି।
ଜୟା ବଚ୍ଚନ ସଂସଦରେ ନିଜର ୨୦ ବର୍ଷର ଅନୁଭୂତି ବିଷୟରେ ବି ଆଲୋଚନା କରିଥିଲେ। ଏହି ଆଲୋଚନାରେ ସେ କହିଥିଲେ, “୨୦ ବର୍ଷ ଜୀବନର ବହୁତ ଦୀର୍ଘ ସମୟ ଅଟେ। ଏହି ସମୟ ମଧ୍ୟରେ ମୋର ଅନେକ ମିଠା ଏବଂ ଖଟା ଅନୁଭୂତି ହୋଇଛି। ସର୍ବୋତ୍ତମ ଅନୁଭୂତି ହେଲା ମୋ ପରିବାର ବହୁତ ବଡ ହୋଇଗଲା ।’

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930