Indus Valley Times

ବିଦ୍ୟାଳୟ ବାର୍ଷିକ କ୍ରୀଡାରେ ଅଘଟଣ, ଛାତ୍ରଙ୍କ ତଣ୍ଟିରେ ପଶିଗଲା ଜାଭେଲିନ୍

 Breaking News

ବିଦ୍ୟାଳୟ ବାର୍ଷିକ କ୍ରୀଡାରେ ଅଘଟଣ, ଛାତ୍ରଙ୍କ ତଣ୍ଟିରେ ପଶିଗଲା ଜାଭେଲିନ୍

ବିଦ୍ୟାଳୟ ବାର୍ଷିକ କ୍ରୀଡାରେ ଅଘଟଣ, ଛାତ୍ରଙ୍କ ତଣ୍ଟିରେ ପଶିଗଲା ଜାଭେଲିନ୍
December 17
15:39 2022

ବଲାଙ୍ଗିର,୧୭/୧୨: ସ୍କୁଲର ବାର୍ଷିକ କ୍ରୀଡ଼ା ବେଳେ ଘଟିଲା ଲୋମଟାଙ୍କୁରା ଘଟଣା। ଜଣେ ଛାତ୍ର ଜାଭେଲିନ୍ ଥ୍ରୋ କରିବା ପ୍ରାକ୍ଟିସ୍ କରୁ କରୁ ତାହା ଅନ୍ୟ ଜଣେ ଛାତ୍ରଙ୍କ ବେକରେ ପଶିଗଲା। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ଘଟିଛି। ଜାଭେଲିନ୍ ବେକରେ ପଶି ଗୁରୁତର ହୋଇଥିବା ଛାତ୍ର ହେଲେ ନବମ ଶ୍ରେଣୀର ସଢାନନ ମେହେର । ପ୍ରାୟ ଘଣ୍ଟାଏ କାଳ ଅପରେସନ ପରେ ଛାତ୍ରଙ୍କ ବେକରୁ ସୁରକ୍ଷିତ ଭାବେ ଜାଭେଲିନକୁ ବାହାର କରାଯାଇଛି।
ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଉଥିଲା। ପ୍ରତିଯୋଗିତା ପୂର୍ବରୁ ଛାତ୍ରମାନେ ଜାଭେଲିନ ପ୍ରାକ୍ଟିସ କରୁଥିଲେ ।
ଏହି ସମୟରେ ହଠାତ ଜଣେ ଛାତ୍ର ଜାଭଲିନ ଥ୍ରୋ କରିବା ପ୍ରାକ୍ଟିସ କରୁଥିବା ବେଳେ ତାହା ସଢାନନଙ୍କ ପାଇଁ କାଳ ସାଜିଲା। ଜାଭେଲିନ୍ଟି ଦ୍ରୁତ ଗତିରେ ଆସି ପଡ଼ିଆରେ ଉପସ୍ଥିତ ଥିବା ସଢ଼ାନନଙ୍କ ବେକରେ ପଶିଗଲା। ସଢ଼ାନନଙ୍କ ଚିତ୍କାର ଶୁଣି ଛାତ୍ରଛାତ୍ରୀ ତଥା ସ୍କୁଲ କର୍ତ୍ତୃପକ୍ଷ ରୁଣ୍ଡ ହୋଇ ତୁରନ୍ତ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।
ତୁରନ୍ତ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇ ଘଣ୍ଟାଏ କାଳ ତାଙ୍କ ଅପରେସନ କରାଯାଇଥିଲ। ଏହାପରେ ଜାଭେଲିନକୁ ସଢ଼ାନନଙ୍କ ବେକରୁ ବାହାର କରି ଦିଆଯାଇଥିବା ବେଳେ ସେ ଏବେ ସୁରକ୍ଷିତ ଥିବା ଜଣାଯାଇଛି।
ଖବର ପାଇ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖ ମେଡିକାଲରେ ଉପସ୍ଥିତ ଥିଲେ। ସଢ଼ାନନଙ୍କ ଚିକିତ୍ସା ନିମନ୍ତେ ରେଡକ୍ରସ୍ ତରଫରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହାପରେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି କହିଛନ୍ତି ଉପଜିଲ୍ଲାପାଳ। ଏହି ଘଟଣାର ତଦନ୍ତ କରାଯାଇ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ, ତାଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031