Indus Valley Times

ବିଦ୍ୟୁତ୍ ଆଘାତରେ ହାତୀ ମୃତ

 Breaking News

ବିଦ୍ୟୁତ୍ ଆଘାତରେ ହାତୀ ମୃତ

August 27
11:35 2022

ଅନୁଗୁଳ, ୨୭/୮: ଅନୁଗୁଳ ଜିଲ୍ଲା ସାତକୋସିଆ ଅଭୟାରଣ୍ୟ ଜଗନ୍ନାଥପୁର ନିକଟରେ ଏକ ଦନ୍ତାର ମୁତ୍ୟୁ ଘଟିଛି । ବିଦ୍ୟୁତ ଆଘାତ ଖାଇ ହାତୀର ମୁତ୍ୟୁ ହୋଇଛି ।
ସୁଚନା ଅନୁସାରେ, ବାର୍‌ହା ଶିକାର ପାଇଁ ଶିକାରୀ ବିଦ୍ୟୁତ୍ ଚାଜ୍‌ର୍ ହୋଇଥିବା ଫାଶ ବସାଇଥିଲା । ହେଲେ ସେହି ବିଦ୍ୟୁତ୍ ଫାସରେ ଦନ୍ତା ପଡିଯାଇଥିଲା । ଫଳରେ ଦନ୍ତାର ମୁତ୍ୟୁ ହୋଇଛି । ଏନେଇ ଆର୍‌ସିସିଏଫ୍ ଯୋଗାନନ୍ଦ ସୂଚନା ଦେଇଛନ୍ତି ।
ବିଦ୍ୟୁତ୍ ଆଘାତରେ ହାତୀ ମୁତ୍ୟୁ ହେବା ରାଜ୍ୟରେ ଏହା ପ୍ରଥମ ଘଟଣା ନୁହେଁ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବାରମ୍ବାର ହାତୀଙ୍କ ମୁତ୍ୟୁ ଘଟୁଛି । ନିକଟରେ କେନ୍ଦୁଝର ଜିଲ୍ଲା ସଦର ରେଞ୍ଜରେ ବିଦ୍ୟୁତ୍ ତାର ଲାଗି ୨ ହାତୀଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ବିଦ୍ୟୁତ୍ ତାରଟି ଅତିକମ୍ ଉଚ୍ଚରେ ଝୁଲି ରହିଥିବା ବେଳେ ତାର ଉପରେ ଗଛଲତା ମାଡି ଯାଇଥିବା ଦେଖିବାକୁ ମିଳିଥିଲା। ଯାହା ବିଦ୍ୟୁତ୍ ବିଭାଗର ଅବହେଳାକୁ ପଦାରେ ପକାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031