Indus Valley Times

ବିଦ୍ୟୁତ ଟ୍ରାନ୍ସଫର୍ମର ପାଖରେ ମଦ୍ୟପ ଯୁବକ ଶୋଇପଡିଲେ , ଉଦ୍ଧାରକଲେ ଗ୍ରାମବାସୀ

 Breaking News

ବିଦ୍ୟୁତ ଟ୍ରାନ୍ସଫର୍ମର ପାଖରେ ମଦ୍ୟପ ଯୁବକ ଶୋଇପଡିଲେ , ଉଦ୍ଧାରକଲେ ଗ୍ରାମବାସୀ

ବିଦ୍ୟୁତ ଟ୍ରାନ୍ସଫର୍ମର ପାଖରେ ମଦ୍ୟପ ଯୁବକ ଶୋଇପଡିଲେ , ଉଦ୍ଧାରକଲେ ଗ୍ରାମବାସୀ
April 12
20:40 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୨/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ସବଡିଭିଜନ ଦାରିଙ୍ଗବାଡ଼ି ସେକ୍ସନ ସିମନବାଡ଼ି ଫିଡର ବୁଡ଼ାଗୁଡା ଗ୍ରାମରେ ଲାଗିଥିବା ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ତଳେ ସୋମବାର ସନ୍ଧ୍ୟା ସମୟରେ ଜଣେ ଯୁବକ ମଦ୍ୟପାନ କରି ଶୋଇଥିବା ଦେଖିବାକୁ ମିଳିଥିଲା କ୍ଷ ଭାଗ୍ୟ ବଶତଃ କାଳ ବୈଶାଖୀ ମେଘ ପବନ କାରଣରୁ ବିଦ୍ୟୁତ କଟିଯାଇଥିଲା ।
ସେହିରାସ୍ତା ଦେଇ କିଛି ଲୋକ ଯାତାୟାତ କରୁଥିବା ବେଳେ ହଠାତ ଉକ୍ତ ଯୁବକକୁ ଦେଖିଥିଲେ । ଯାହାରି ଫଳରେ ଜଣେ ଯୁବକ ସାହସର ସହ ଯାଇ ଉକ୍ତ ଯୁବକଙ୍କୁ ସେଠାରୁ ଉଦ୍ଧାର କରି ଆଣିଥିଲେ ।
ଉକ୍ତ ଯୁବକ ଜଣକ ଗଞ୍ଜୁଗୁଡା ଗ୍ରାମର ବୋଲି କହିଥିବା ବେଳେ ଅତ୍ୟଧିକ ମଦ୍ୟପାନ କରି ଭୁଲରେ ନିଶାସକ୍ତ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପାଖକୁ ଚାଲି ଆସିଥିବା କହିଥଲା । ଯଦି ବିଦ୍ୟୁତ ଥାନ୍ତା ତେବେ ଏକ ବଡ ଦୁର୍ଘଟଣା ଘଟିଥାନ୍ତା ବୋଲି ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031