Indus Valley Times

ବିଭିନ୍ନ ସମୟରେ ହରଭଙ୍ଗା ଡାକ ଘର ବନ୍ଦ ରହୁଥିବାରୁ ଜନ ଅସନ୍ତୋଷ

 Breaking News

ବିଭିନ୍ନ ସମୟରେ ହରଭଙ୍ଗା ଡାକ ଘର ବନ୍ଦ ରହୁଥିବାରୁ ଜନ ଅସନ୍ତୋଷ

October 07
20:52 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ

ବୈାଦ୍ଧ,୭/୧୦: ବୌଦ୍ଧଜିଲ୍ଲା ହରଭଙ୍ଗାରେ ଥିବା ଉପ ଡାକ ଘର ବିଭିନ୍ନ ସମୟରେ ବନ୍ଦ ରହୁଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଉକ୍ତ ଡାକ ଘର ଦାୟିତ୍ୱରେ ଥିବା ପୋଷ୍ଟ ମାଷ୍ଟର ବିଭିନ୍ନ ସମୟରେ ଅନୁପସ୍ଥିତ ରହୁଥିବାରୁ ସରକାରୀ କାର୍ଯ୍ୟ ସମୟରେ ମଧ୍ୟ ଖୋଲାଯାଇ ପାରୁନଥିବାରୁ ଲୋକେ ହଇରାଣ ହେଉଥିବାର ଅଭିଯୋଗ ହେଉଛନ୍ତି । ହରଭଙ୍ଗା ଉପ ଡାକ ଘର  ହରଭଙ୍ଗା, ସଙ୍କୁଲେଇ, କୁଶଙ୍ଗ, ମହାଲିକପଡା ଆଦି ପଞ୍ଚାୟତର ଶତାଧିକ ଲୋକ ଏହି ଉପଡାକଘର ଉପରେ ନିର୍ଭର କରିଥାନ୍ତି । ପ୍ରତିଦିନ ବିଭିନ୍ନ ଲୋକ ଡାକଘରକୁ ଆସି ଡାକ ଘର ବନ୍ଦ ରହୁଥିବାରୁ ହତାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ଏହା ଅଧିନରେ ଥିବା ୧୦ ଗୋଟି ଶାଖା ଡାକ ଘରର ଚିଠିପତ୍ର ଉପ ଡାକଘର ଜରିଆରେ ଯାଆ ଆସ କରୁଛି । ଉପ ଡାକ ଘର ବନ୍ଦ ରହୁଥିବାରୁ ଚିଠି ପତ୍ର ଯିବା ଆସିବାରେ ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହୁଏ । ଏ ସମ୍ପର୍କରେ ଡାକ ଅଧିକ୍ଷକ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହେଉଛି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031