Indus Valley Times

ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା ମାମଲା: ଶଙ୍କର ମିଶ୍ରଙ୍କୁ ଆଉ ୪ ମାସ ବ୍ୟାନ୍ କଲେ ଏୟାର ଇଣ୍ଡିଆ

 Breaking News

ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା ମାମଲା: ଶଙ୍କର ମିଶ୍ରଙ୍କୁ ଆଉ ୪ ମାସ ବ୍ୟାନ୍ କଲେ ଏୟାର ଇଣ୍ଡିଆ

ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା ମାମଲା: ଶଙ୍କର ମିଶ୍ରଙ୍କୁ ଆଉ ୪ ମାସ ବ୍ୟାନ୍ କଲେ ଏୟାର ଇଣ୍ଡିଆ
January 19
18:49 2023

ନୂଆଦିଲ୍ଲୀ,୧୯/୧: ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ମହଙ୍ଗା ପଡ଼ିଲା। ଏବେ ୪ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଆରେ ଯାତ୍ରା କରିପାରିବେ ନାହିଁ ଶଙ୍କର ମିଶ୍ରା।
ଗତ ବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କରୁ ନୂଆଦିଲ୍ଲୀକୁ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧ ମହିଳାଙ୍କ ଉପରେ ପରିସ୍ରା କରିଥିଲେ ଶଙ୍କର ମିଶ୍ରା। ଏନେଇ ଅଭିଯୋଗ ହେବା ପରେ ଶଙ୍କର ମିଶ୍ରାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏୟାର ଇଣ୍ଡିଆ।
ଏୟାର ଇଣ୍ଡିଆର ସିଇଓ ସ୍ତରରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିଜିସିଏ କହିଛି ଯେ, ଏୟାର ଇଣ୍ଡିଆ ଶଙ୍କର ମିଶ୍ରାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଅନ୍ୟ ବିମାନ କମ୍ପାନି ମଧ୍ୟ ମିଶ୍ରାଙ୍କ ଉପରେ ସମାନ ପ୍ରତିବନ୍ଧକ ଲଗାଇ ପାରନ୍ତି। ଏହାପୂର୍ବରୁ ଏୟାର ଇଣ୍ଡିଆ ମିଶ୍ରାଙ୍କ ଉପରେ ୩୦ଦିନିଆ ପ୍ରତିବନ୍ଧକ ଲଗାଇଥିଲା।
ଉଲ୍ଲେଖଯୋଗ୍ୟ, ଜାନୁଆରୀ ୭ରେ ପୁଲିସ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା। ଘଟଣାର ୪୨ଦିନ ପରେ ତାଙ୍କୁ ଗିରଫ କରାଯାଇଥିଲା। ମୁମ୍ବାଇର ବାସିନ୍ଦା ଶଙ୍କର କ୍ରମାଗତ ପୁଲିସକୁ ଚକମା ଦେବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ତାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରାଯାଇଥିଲା। ପରେ ପୁଲିସ ତାଙ୍କ ମୋବାଇଲ୍ ଲୋକେସନ ଆଧାରରେ ଅଭିଯୁକ୍ତକୁ ଗିରଫ କରିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031