Indus Valley Times

ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ ୨୫

 Breaking News

ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ ୨୫

November 03
11:40 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ/କିଆକଟା,୩/୧୧:ରବିବାର ଦିନ ବିଳମ୍ବିତ ରାତିରେ ବୌଦ୍ଧ ମହାନଦୀର ଅପରପାର୍ଶ୍ୱରେ ଅନୁଗୁଳ ଜିଲ୍ଲାର ଆଠମଲିକ ବ୍ଲକ୍ କିଆକଟା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥଇରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତି ପ୍ରାୟ ୧୨. ୩୦ ମିନିଟ ସମୟରେ ବଲାଙ୍ଗୀର ଅଂଚଳର ଗୋଟିଏ ଇନୋଭା  କାର୍ ଓଡି ୦୩ ଏ ୨୨୫୫ ରେଢାଖୋଲ୍ – ବୌଦ୍ଧ ରାସ୍ତାର କିଆକଟା ଛକ ନିକଟରେ ରାସ୍ତା କଡରେ ରଖି ଯାତ୍ରୀମାନେ ପରିସ୍ରା କରିବାକୁ ଯାଇଥିବା ବେଳେ ହୀରାକୁଦରୁ ବ୍ରହ୍ମପୁରକୁ ଯାଉଥିବା ଓମ ଚୋକାଡଳା ନାମକ ଘରୋଇ ଯାତ୍ରୀବାହୀ ବସ୍ ଓଡି ୦୨ ଏ କେ ୮୧୮୮ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡିଥିଲା ।  ଫଳରେ ଇନୋଭା କାରରେ ଥିବା ଡ୍ରାଇଭର ଭବାନୀପାଟଣାର କାମଠଣା ଗ୍ରାମର ଶ୍ରୀକୃଷ୍ଣ ପଟେଲ ଓ ଜଣେ ଯାତ୍ରୀ ଜନାର୍ଦ୍ଦନ ମହାପାତ୍ର (୪୬)ଙ୍କ ମୃତ୍ୟୁ ଘଟିଛି । ସେମାନେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରୁ ଏକ କାର‌୍ୟ୍ୟକ୍ରମର ସାରି ଫେରୁଥିôବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଯାତ୍ରୀବାହୀ ବସରେ ପ୍ରାୟ ୬୦ଜଣ ଯାତ୍ରୀ ବସିଥିବା ଅନୁମାନ କରାଯାଉଥିବା ବେଳେ ୨୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବୈାଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭ ିର୍ କରାଯାଇଥିଲା । ସେଥିିମଧ୍ୟରୁ୯ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆମ୍ବୁଲାନସ୍ ଯୋଗେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା ।  ଟି. ରାଜେଶ୍ୱରୀ, ଇ. ମନାରାଓ. ନଳିନୀ ସ୍ୱାଇଁ, ସଞ୍ଜୁ ନାଏକ, ସୁରେଶ ଛତ୍ରିଆ, ସାଗରିକା

ଛତ୍ରୀଆ, ତାପସ ରଞ୍ଜନ ବଡପଣ୍ଡା, ବାସନ୍ତୀ ପ୍ରଧାନଙ୍କୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

 ସେହିପରି ମିଥୁନ ବେହେରା, ଭାନିଲା ରାଓ, ବବିତା ପଟ୍ଟନାୟକ, ଆଦିତ୍ୟ ପଣ୍ଡା କୁଳମଣି କିଶାନ, ଗଣେଶ ପଣ୍ଡା, ଅଞ୍ଜନା ବେହେରାଙ୍କୁ ବୈାଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଖବର ପାଇ କିଆକଟା ପୋଲିସ ଘଟଣାସ୍ଥଳରେ ପହଂଚି  ତଦନ୍ତ ଚଳାଇଛି ।

ବ୍ୟାଡମି ନ ଟୁର୍ଣ୍ଣାମେ ଉଦ୍ୟାପିତ

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ,୩/୧୧: କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ମୁର୍ଷୁଣ୍ଢି ଗ୍ରାମର ଗୋଟିଏ ଗରୀବ ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ବୌଦ୍ଧ ଫ୍ରେଣ୍ଡସିପ କ୍ଲବ ପକ୍ଷରୁ ଏକ ଦୁଇଦିନିଆ ବ୍ୟାଡମି ନ ଟୁର୍ଣ୍ଣାମେଣ ଅନୁଷ୍ଠିତ ହୋଇଯାଇଛି । 

ଉଦଯାପନୀ ମ୍ୟାଚରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ବୀରେନ୍ଦ୍ର ସିଂ,ଇଂ ସୁବ୍ରତ ମଲ୍ଲିକ, କ୍ରୀଡାବିତ ପ୍ରଦୋଷ ମହାରଣା, ରାଜୁ ପ୍ରସାଦ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରାକ୍ତନ ଜାତୀୟ ବ୍ୟାଡମି ନ ଖେଳାଳି ପ୍ରଦୋଷ ମହାରଣାଙ୍କୁ କ୍ଲବ୍ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ଟୁର୍ଣ୍ଣାମେ ଆୟୋଜନ ପାଇଁ ଫ୍ରେଣ୍ଡସିପ କ୍ଲବର ସଭାପତି ସୁମନ ଷଡ଼ଙ୍ଗୀ, ସଂପାଦକ ତୋଫାନ ପରିଡ଼ା, ସୁବ୍ରତ ପୁରୋହିତ, ସମ୍ୟକ୍ ନାୟକ, କଲ୍ୟାଣ ମହାପାତ୍ର ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।  ମ୍ୟାଚରୁ ସଂଗୃହିତ ଅର୍ଥ ରାଶିକୁ ମୃତକଙ୍କ ଧର୍ମ ପତ୍ନୀ ଜଲିରାଣୀ ବେହେରାଙ୍କୁ ସହାୟତା ହିସାବରେ ପ୍ରଦାନ କରାଯାଇଥିଲା ।

ମହିଳାଙ୍କୁ ସ୍ୱାବଲମ୍ବୀ ପାଇଁ ଅଭିନବ ପଦକ୍ଷେପ: ମହିଳା ସ୍ୱୟଂ  ସହାୟିକା ଗୋଷ୍ଠୀଙ୍କୁ ଆହାର କେନ୍ଦ୍ର ପରିଚଳନା ଦାୟିତ୍ୱ

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ

ବୈାଦ୍ଧ,୩/୧୧: ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ୍ରମେ ସୋମବାର ଦିନ ବୈାଦ୍ଧ ସହର ମଧ୍ୟରେ ଥିôବା ଆହାର କେନ୍ଦ୍ରର ପରିଚାଳନା ଦାୟୀତ୍ୱ ବିଜ୍ଞାପିତ ଅଂଚଳ ପରିଷଦର ୧୫ ନମ୍ବର ୱାର୍ଡରେ ଥିବା ସାଇ ଶ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ମହିଳାମାନଙ୍କୁ ସମାଜରେ ସ୍ୱାବଲମ୍ବୀ କରିବା ପାଇଁ ଏଭଳି ଏକ ଅଭିନବ ପଦକ୍ଷେପ ନିଆଯାଇଛି ।  ଏହା ଦ୍ୱାରା ମହିଳା ସ୍ୱାୟଂ ସହାୟିକା ଗୋଷ୍ଠୀର ୧୦ ଜଣ ସଦସ୍ୟା ସ୍ୱାବଲମ୍ବି ହୋଇ ପାରିବେ । ଏହି ହସ୍ତାନ୍ତର କାର‌୍ୟ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏନଏସି ନିର୍ବାହୀ ଅଧିକାରୀ  ଇଂ ମନୋରଂଜନ ପଣ୍ଡା, ଜାତୀୟ ସହରାଚଂଳ ଜିବୀକା  ମିଶନର ସିଏମଏମୟୁ ମ୍ୟାନେଜର ସମେତ ଆହାର କେନ୍ଦ୍ରର ଅଂଶୀଦାର ମାନ୍ନା ଟ୍ରଷ୍ଟ ତରଫରୁ ସୁଜିତ ପାଢୀ ଏବଂ ସାଇ ଶ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ ।  

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031