Indus Valley Times

ବିଶ୍ୱର ସବୁଠାରୁ ଖୁସିରେ ରହୁଥିବା ଦେଶ ହେଉଛି ଫିନଲ୍ୟାଣ୍ଡ

 Breaking News

ବିଶ୍ୱର ସବୁଠାରୁ ଖୁସିରେ ରହୁଥିବା ଦେଶ ହେଉଛି ଫିନଲ୍ୟାଣ୍ଡ

ବିଶ୍ୱର ସବୁଠାରୁ ଖୁସିରେ ରହୁଥିବା ଦେଶ ହେଉଛି ଫିନଲ୍ୟାଣ୍ଡ
March 18
21:25 2022

ନୂଆଦିଲ୍ଲୀ, ୧୮/୧୮: ବିଶ୍ୱର ସବୁଠାରୁ ଖୁସିରେ ରହୁଥିବା ଦେଶ ହେଉଛି ଫିନଲ୍ୟାଣ୍ଡ। ଏଠାରେ ଲୋକମାନେ ବେଶ ହସଖୁସିରେ ଜୀବନ ବିତାଉଛନ୍ତି। କ୍ରମାଗତ ୫ମ ଥର ପାଇଁ ଫିନଲ୍ୟାଣ୍ଡ ବିଶ୍ୱର ସବୁଠାରୁ ଖୁସିରେ ରହୁଥିବା ଦେଶର ମାନ୍ୟତା ପାଇଛି। ଜାତିସଂଘ ପ୍ରାୟୋଜିତ ଏହି ତାଲିକାର ସବୁଠାରୁ ଶେଷରେ ଆଫଗାନିସ୍ତାନ ରହିଛି। ଏହାର ଅର୍ଥ ଏଠାରେ ଲୋକମାନେ ଆଦୌ ଖୁସିରେ ରହୁ ନାହାନ୍ତି।
ଏହା ଉପରକୁ ଲେବାନନ ରହିଛି। ସର୍ବିୟା, ବୁଲଗେରିଆ ଓ ରୋମାନିଆରେ ରହୁଥିବା ଲୋକମାନଙ୍କ ଜୀବନ ଶୈଳୀରେ ବେଶ ଉନ୍ନତି ପରିଲ୍ଲଖିତ ହୋଇଛି। ବିଶ୍ୱ ହାପିନେସ ଟେବୁଲରେ ସବୁଠାରୁ ଦୁଃଖରେ ରହୁଥିବା ଦେଶଗୁଡ଼ିକ ମଧ୍ୟରେ ଥିବା ଲେବାନନ ଓ ଆଫଗାନିସ୍ତାନ ପୂର୍ବାପେକ୍ଷା ଆହୁରି ତଳକୁ ଖସିଛନ୍ତି।
ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଲେବାନନ ୧୪୬ ଦେଶଗୁଡ଼ିକ ମଧ୍ୟରୁ ତଳଆଡ଼ୁ ଦ୍ୱିତୀୟରେ ରହିଛି। ଏହାର ଗୋଟିଏ ସ୍ଥାନ ଉପରେ ଜିମ୍ବାୱେ ରହିଛି। ପୂର୍ବରୁ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନ ହାପିନେସ ତାଲିକାର ସବୁଠାରୁ ଶେଷରେ ଥିଲେ। ଏବେ ତାଲିବାନ ଶାସନ ଯୋଗୁ ଆଫଗାନିସ୍ତାନରେ ଗୁରୁତର ମାନବୀୟ ସଙ୍କଟ ଦେଖାଯାଇଛି। ଯଦି ତୁରନ୍ତ ଆଫଗାନିସ୍ତାନକୁ ସହାୟତା ପ୍ରଦାନ ନ କରାଯିବ, ତା’ହେଲେ ୫ ବର୍ଷ ବୟସରୁ କମ ପ୍ରାୟ ୧୦ ଲକ୍ଷ ପିଲା ଅନାହାରରେ ପ୍ରାଣ ହରାଇବେ ବୋଲି ୟୁନିସେଫ ଆକଳନ କରିଛି।
ଖୁସିରେ ରହୁଥିବା ତାଲିକାର ୧୩୬ତମ ସ୍ଥାନରେ ଭାରତ ରହିଛି। ଗତବର୍ଷ ଭାରତ ୧୪୯ ଦେଶଙ୍କ ମଧ୍ୟରୁ ୧୩୯ ତମ ସ୍ଥାନରେ ଥିଲା। ଏଥର ଭାରତର ସ୍ଥାନ ୧୪୬ ଦେଶ ମଧ୍ୟରୁ ୧୩୬ ରହିଛି। ଏହାର ଭାରତରେ ମଧ୍ୟ ଲୋକମାନେ ଖୁସିରେ ନାହାନ୍ତି।
ଚଳିତ ବର୍ଷ ହାପିନେସ ତାଲିକା ୧୦ମ ଥର ପାଇଁ ପ୍ରକାଶ ପାଇଛି। ବିଭିନ୍ନ ଦେଶରେ ରହୁଥିବା ଲୋକମାନେ କେତେ ଖୁସିରେ ରହୁଛନ୍ତି, ସେମାନଙ୍କ ଆର୍ଥିକ ଓ ସାମାଜିକ ଚାଲିଚଳନିକୁ ନେଇ ଏହି ରିପୋର୍ଟ ପ୍ରକାଶ କରାଯାଇଛି।
ବିଶ୍ୱ ଖୁସି ତାଲିକାର ୧ନଂରେ ଫିନଲ୍ୟାଣ୍ଡ ଥିବା ବେଳେ ଦ୍ୱିତୀୟରେ ଡେନମାର୍କ, ୩ୟରେ ଆଇସଲ୍ୟାଣ୍ଡ, ୪ର୍ଥରେ ସ୍ୱିଜରଲ୍ୟାଣ୍ଡ, ୫ମରେ ନେଦରଲ୍ୟାଣ୍ତଡସ, ୬ଷ୍ଠରେ ଲୁକେସମବର୍ଗ, ୭ମରେ ସ୍ୱିଡେନ, ୮ମରେ ନରୱେ, ୯ମରେ ଇସ୍ରାଏଲ, ୧୦ମରେ ନ୍ୟୁଜିଲ୍ୟାଣ୍ଡ, ୧୧ତମରେ ଅଷ୍ଟ୍ରିଆ, ୧୨ତମରେ ଅଷ୍ଟ୍ରେଲିଆ, ୧୩ତମରେ ଆୟର୍ଲ୍ୟାଣ୍ଡ, ୧୪ତମରେ ଜର୍ମାନୀ, ୧୫ତମରେ କାନାଡା, ୧୬ତମରେ ଆମେରିକା, ୧୭ତମରେ ବ୍ରିଟେନ, ୧୮ତମରେ ଚେକ ଗଣରାଜ୍ୟ, ୧୯ତମରେ ବେଲଜିୟ ଓ ୨୦ତମ ସ୍ଥାନରରେ ଫ୍ରାନ୍ସ ରହିଛି।
ଦୁଃଖରେ ଥିବା ଟପ୍ ୧୦ ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ, ଲେବାନନ, ଜିମ୍ବାୱେ, ରାୱାଣ୍ଡା, ବୋଟସୱାନା, ଲେସୋଥୋ, ସିଇରା ଲେଓନ, ତାଞ୍ଜାନିଆ, ମାଲାୱି ଓ ଜାମ୍ବିଆ ରହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031