Indus Valley Times

ବିଶ୍ୱସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ ମାର୍ଶାଲ ଆର୍ଟ ଏକାଡେମୀର ୨୩ ଜଣ ଛାତ୍ରଛାତ୍ରୀ ଯୋଗଦେବେ

 Breaking News

ବିଶ୍ୱସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ ମାର୍ଶାଲ ଆର୍ଟ ଏକାଡେମୀର ୨୩ ଜଣ ଛାତ୍ରଛାତ୍ରୀ ଯୋଗଦେବେ

December 22
17:59 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୨/୧୨ : ଓଡ଼ିଶା ଟାଇକୋଣ୍ଡ ସଂଘ ପୁରୀ, ଭାରଡ ଓ ଥାଇଲାଣ୍ଡ ସ୍ଥିତ ହିରୋଜ୍ ଟାଇକୋଣ୍ଡ ସଂଗଠନ ମିଳିତ ଆନୁକୁଲ୍ୟରେ ପ୍ରଥମ ବିଶ୍ବସ୍ତରୀୟ ଟାଇକୋଣ୍ଡ ଭର୍ଚୁଆଲ ଆନ୍ତର୍ଜାତିୟ ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ୨୨ ଡିସେମ୍ବର ୨୦୨୧ ରୁ ଆରମ୍ଭ ହୋଇ ୨୭ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚାଲିବ।
ଏଥିରେ ଦୁଇ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ପ୍ରଥମ ଟି ହେଲା ପୁମସେଇ ( ପ୍ରୟୋଗ) ଏବଂ ଦିତୀୟ ଦୃତ ଗୋଡ ଦ୍ବାରା ପ୍ରହାର ପ୍ରତିଯୋଗିତା । ଏହାକୁ ଆନ୍ତର୍ଜାତୀୟ ସ୍ତରରେ ପରିଚାଳନା କରିବା ପାଇଁ ଥାଇଲାଣ୍ଡ ସ୍ଥିତ ଜି ଏମ ଏ ସି ସିଷ୍ଟମ ର ସହାୟତା ନିଆଯାଇଛି ।
ବିଶ୍ୱର ୧୪ ଟି ତଥା ଆମେରିକା,ଗ୍ରୀସ୍, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, କାଜାକିସ୍ଥାନ, ସ୍ଲୋଭାକିଆ, ବାହାରିନ, ଥାଇଲାଣ୍ଡ, ସିଙ୍ଗାପୁର , ହଙ୍କକଙ୍ଗ , ମାଲେସିଆ, ଫିଲପିନସ୍, ଇଣ୍ଡୋନେସିଆ ଏବଂ ଭାରତ ର ପ୍ରାୟ ୯୯୬ ଜଣ ପ୍ରତିଯୋଗୀ ଉଭୟ ପୁମସେଇ ଏବଂ ଦୃତ ଗୋଡ ଦ୍ଵାରା ପ୍ରହାର ପ୍ରତିଯୋଗିତା ରେ ଭାଗ ନେବେ। ।
ଏହି ପ୍ରତିଯୋଗିତା କୁ କୋରିଆ, ଥାଇଲାଣ୍ଡ, ଇଣ୍ଡୋନେସିଆ, ମାଲେସିଆ, ମଙ୍ଗୋଲିଆ, ହଙ୍କକଙ୍ଗ , ସିଙ୍ଗାପୁର ଏବଂ ଭାରତ ର ଆନ୍ତର୍ଜାତୀୟ ସ୍ତରର ଟାଇକୋଣ୍ଡ ରେଫରୀ ମାନେ ପରିଚାଳନା କରିବେ।
ଏହି ପ୍ରତିଯୋଗିତା ରେ ନୟାଗଡ଼ ନୂଆ ରାଜବାଟି ସ୍ଥିତ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମୀର ୨୩ ଜଣ ଛାତ୍ରଛାତ୍ରୀ ପୁମସେଇ ( ପ୍ରୟୋଗ ) ବିଭାଗ ରେ ଭାଗ ନେବା ପାଇଁ ସ୍ଥିର ହୋଇଥିବା ସମ୍ପାଦକ ତଥା ପ୍ରଶିକ୍ଷକ ମାଷ୍ଟର ଭବାନୀ ଶଙ୍କର ରାୟଗୁରୁ ସୂଚନା ଦେଇଛନ୍ତି ।
ବାଳିକା ବିଭାଗରେ ମିସ୍ ଦିକ୍ସା ପ୍ରିୟା, ମିସ୍ ସ୍ମୁତି ସୁରଭି ମହାପାତ୍ର, ମିସ୍ ସ୍ବେତା ଶିବାନୀ ରାଉତ, ମିସ୍ ପ୍ରିତିଉଷା ରାୟଗୁରୁ, ମିସ୍ ପ୍ରିୟମ୍ବଦା ମିଶ୍ର, ମିସ୍ ଓମ କ୍ରିଷ୍ଣା ପ୍ରଧାନ, ମିସ୍ ସାଇ ସରଣ୍ୟା ମହାପାତ୍ର, ମିସ୍ ସାଇ ସାଧନା ପ୍ରଧାନ, ମିସ୍ ଆଫରିନ ନାଜ, ମିସ୍ ଫରିହିନ ନାଜ, ମିସ୍ ଆକାଂକ୍ଷ ଅମ୍ରିସ୍ମିତା, ମିସ୍ ବର୍ଷା ପ୍ରିୟଦର୍ଶିନୀ, ମିସ୍ ସରଜିନ୍ ରାଉଳ, ମିସ୍ ରୁଦ୍ରାକ୍ଷିଂ ଆଚାର୍ଯ୍ୟ, ଏବଂ ବାଳକ ବିଭାଗ ରେ ମିଷ୍ଟର ହିତେଶ ବେହେରା,ମିଷ୍ଟର ସାଇ ସାସ୍ବତ ମହାନ୍ତି, ମିଷ୍ଟର ଶକ୍ତିସ୍ବରୁପ ମିଶ୍ର, ମିଷ୍ଟର ଦେବାଶିଷ ମହାନ୍ତି, ମିଷ୍ଟର ସାଇ ନମନ ପାତ୍ର, ମିଷ୍ଟର ସମରିତ୍ ଅଗସ୍ତି, ମିଷ୍ଟର ଅଚ୍ୟୁତାନନ୍ଦ ରାଉତ, ମିଷ୍ଟର ପ୍ରତୀକ ପ୍ରିୟଦର୍ଶୀ, ମିଷ୍ଟର ଆଂଶୁ କୁମାର ସାହୁ ।
ନୟାଗଡ଼ ଟିମ କୋଚ ଭାବରେ ମାଷ୍ଟର ଭବାନୀ ଶଙ୍କର ରାୟଗୁରୁ ଏବଂ ଟିମ ମ୍ୟାନେଜର ଭାବରେ ମାଷ୍ଟର ଶିବାନନ୍ଦ ରାୟଗୁରୁ ଅଂଶଗ୍ରହଣ କରିବେ । ମହାମାରୀ କୋଭିଡ ସମୟରେ ଏହି ଭଳି ପ୍ରତିଯୋଗିତା ଟାଇକୋଣ୍ଡ ଖେଳାଳି ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ନୟାଗଡ ସ୍ପୋର୍ଟସ ଆସୋସିଏସନ୍ ର ସମ୍ପାଦକ ମାଷ୍ଟର ଶ୍ରୀଯୁକ୍ତ ରାୟଗୁରୁ ପ୍ରକାଶ କରିଛନ୍ତି।
ନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନ ର ଅଧକ୍ଷ ଶ୍ରୀ କୈଳାସ ଚନ୍ଦ୍ର ଜେନା ନୟାଗଡ଼ ଜିଲ୍ଲାରୁ ଅଂଶଗ୍ରହଣ କରୁଥିବା ସମସ୍ତ ପ୍ରତିଯୋଗି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031